STORYMIRROR

SARATA KUMAR DAS

Inspirational

2  

SARATA KUMAR DAS

Inspirational

ଦୁଃଖର ପରିଧି

ଦୁଃଖର ପରିଧି

1 min
14K


ଝର୍କା

ଆରପଟେ ବର୍ଷା

ଅମାନିଆ ବାଦଲଙ୍କ ଘୋଡା ଦୌଡ

ହୁଏତ ଝଡର ସୂଚନା ,

ଭିତରଟା ଖୁବ୍ ଗୁମସୁମ୍

କଳା ମଚ୍ ମଚ୍ ଅନ୍ଧାରର

ଏକଛତ୍ର ଶାସନ।

ତା ଭିତରେ ମୁଁ

ମୋ ଭିତରେ

ବିଜୁଳିର ଚମକ

ବରଂ ହୋଇପାରେ

ଭୂମିକମ୍ପର ପୂର୍ବାଭାସ ।

ଏ ଜାଗତିକ ସଂସାରର

ମୋହ ମାୟା ଜଂଜାଳର

ଶୃଙ୍ଖଳରେ ବନ୍ଦୀ ମୁଁ

ଆଉ ବନ୍ଦୀ ମୋର

କୋଟି କୋଟି ଆଶାର ଆଲୋକ।।


ହୃଦୟର ପ୍ରତିଟି ତନ୍ତ୍ରୀରେ

ରକ୍ତର ପ୍ରତିଟି ବିନ୍ଦୁ ରେ

ରାଶି ରାଶି ଯନ୍ତ୍ରଣା ର

ମାରାଥନ ଦୌଡ,

ମୁଣ୍ଡ ଉପରେ ଝୁଲନ୍ତା

ବାରହାତ ଖଡ୍ଗର

ଲାଲ୍ ଟହ ଟହ ଜିହ୍ବ

ତା ତଳେ ମୁଁ--------

ମୋ ପାଦତଳ ମାଟିର

ଜରାଜୀର୍ଣ୍ନ ରୂପ,

ଆଶାହୀନ ପୃଥିବୀର

ଚୌହଦୀ ମଧ୍ୟରେ

ନୈରାଶ୍ୟର ଖିଲି ଖିଲି ହସ ।।


ଅଭିଶପ୍ତ ଲାଗେ ଜୀବନଟା ଯାହା

କେତେବୁନ୍ଦା ଲୁହ ଓ ଲହୁର ଅଙ୍କ କଷା

କେତେବେଳେ ସଜଫୁଟା

ଗୋଲାପର ମହ ମହ ବାସ୍ନା ତ

ପୁଣି କେତେବେଳେ

ଅକସ୍ମାତ୍ ବଜ୍ରପାତ ।।


ଦୁଃଖର ସାମ୍ରାଜ୍ୟ ଘେରରେ

ଜୀଇଁବା ମରିବା ଫରକ୍ ନଥାଏ

ମୁହଁ ଖୋଲିଲେ ଦୁଃଖ

ମୁହଁ ବନ୍ଦରରେ ବି ଦୁଃଖ

ହସରେ ବି ଦୁଃଖ

ଲୁହରେ ବି ଦୁଃଖ

ଅପହଂଚ ଦୁଃଖର ପରିଧି

ତତ୍ତ୍ବଦର୍ଶୀ ଦୁଃଖର ଚେତନା

ଅତିନ୍ଦ୍ରୀୟ ଦୁଃଖର ଭାବନା

ଭିନ୍ନ ଯାହା ରୂପ ରଂଗ ରସ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational