STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଦୁଃଖ

ଦୁଃଖ

1 min
232


ଧନ ଅଭାବରୁ ଅନେକ ମଣିଷ କାଟନ୍ତି ଦୁଃଖରେ ଦିନ,

କିଏ ଦୁଃଖପାଏ ବିଶୃଙ୍ଖଳା ପାଇଁ ରହିଛି ପ୍ରଚୁର ଧନ | 


ଜ୍ଞାନ ଅଭାବରୁ ଅନ୍ଧ-ବିଶ୍ୱାସରେ କିଏ ପୁଣି ଘାଣ୍ଟିହୁଏ,

ମାନ ପାଇବାରୁ ବଞ୍ଚିତ ବରିଷ୍ଠ ମନେ ମନେ ଦୁଃଖପାଏ |


ଅଙ୍ଗ ହରେଇ କେ ପାଉଥାଏ ଦୁଃଖ, ସନ୍ତାନହୀନ ବି ଦୁଃଖୀ,

ସନ୍ତାନ କାହାର ଯାତନା ଦେଉଛି ସୁଖ ପାରେନାହିଁ ଚାଖି |


ରୋଗ-ବ୍ୟାଧିପାଇଁ ଦୁଃଖୀ କେତେଜଣ ଈର୍ଷାରେ ଜଳନ୍ତି କିଛି,

ସବୁଥାଇ କିଏ ଲୋଭକରି ପୁଣି ଦୁଃଖ କିଣେ ବାଛିବାଛି |


ମଜା-ମଉଜରେ ହସି-ଖେଳି କିଏ ଦୁଃଖ ଆଣେ ନିଜପାଇଁ,

ନଦୀରେ ନିଆଁରେ ଅଘଟଣ ଘଟେ ପ୍ରତିବାଦୀ କେହିନାହିଁ |


କ୍ରୋଧ ବଶେ କିଏ ଅପରାଧ କରି ଦୁଃଖକୁ କରୁଛି ସାଥୀ,

ଈଶ୍ୱର କାହାକୁ ଦୁଃଖ ଦିଅନ୍ତିନି ସୁଖ ବାଣ୍ଟୁଛନ୍ତି ନିତି |



Rate this content
Log in

Similar oriya poem from Classics