STORYMIRROR

Puspanjali Panda

Abstract Others

3  

Puspanjali Panda

Abstract Others

ଦୁଃଖ ନାହିଁ

ଦୁଃଖ ନାହିଁ

1 min
245

ପ୍ରେମ ଆଉ ଅନୁରାଗ ,ଜୀବନ ଭରା ବୈଭବ

ଏତେ କିଛି ବିଭବର ଅଧିକାରୀହୋଇ

ବିଭାଜିତ ଲାଗେ ମତେ କାହିଁ !

ସୁଖ ର ରଙ୍ଗରେ ବୁଡ଼ି ବେରଙ୍ଗରେ

ସାଜିଲି ବା କାହିଁ ।

କେମିତି ଅଟକି ଗଲା ଜୀବନର ଗତି

କେବେ ଜାଣି ପାରିଲି ତ ନାହିଁ!

ହାରିକି ବି ଜିତିଗଲି

ତମ ପାଖେ ମୁଁ ହିଁ ।

ପଛକୁ ଫେରିବା ବାଟ ଭୂଲି ଗଲି

ଫେରିପାରୁ ନାହିଁ ।

ଫେରି ନ ପାରିଲି ନାହିଁ ,ଦୁଃଖ ନାହିଁ

ବାଟରେ ଘାଟରେ ଯଦି ଦେଖା ହେବ

ହସିପଦେ କଥାହେବ

ବାଟଭାଙ୍ଗି ଚାଲିଯିବ ନାହିଁ।

ତୁମ ହସ ହସ ମୁହଁ

ଖୋରାକ ଯୋଗାଇ ଦେବ ବଞ୍ଚିବାର !

ହସି ହସି କଥା ଦେଲେ କହି।



Rate this content
Log in

Similar oriya poem from Abstract