Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Prasad Behera

Tragedy

3  

Narendra Prasad Behera

Tragedy

ଦୁଃଖ ମୋ ମାଆ ପାଇଁ

ଦୁଃଖ ମୋ ମାଆ ପାଇଁ

1 min
233



ମାଆର ମମତା  ବୁଝିମୁଁ ପାରୁଛି 

   ତୋ କୋଳେ ଜନମ ହୋଇ

ମାଆ ମାଆ ବୋଲି ଡାକିବା ପାଇଁକି

    ଧରାକୁ ଆସିଲି ଧାଇଁ ।


ବିଦ୍ଯାଶିକ୍ଷା ଦେଲୁ ମଣିଷ କରିଲୁ

    ତୋକଥା ବୁଝିବା ପାଇଁ

ବୁଝି ମୁଁ ପାରୁନି ତୋ କଥାକୁ ମାଆ

     ଦୁଃଖତ ଆସଇ ଧାଇଁ ।


ଶିକ୍ଷାଲାଭ କଲି ଚାକିରୀ କରିଲି

   ରହିଲି ଗାଆଁରୁ ଦୂରେ

ମାଆ ମୋର ଘରେ ରହିଲା କିପରି

   ଭାବିନି କେବେ ମନରେ ।


ମନେପଡେ ଯେବେ ମାଆ କଥା ମୋର

    ନୟନୁ ବୁହଇ ନୀର

ଚାକିରୀ ଭାରିଜା ଦୁଇପାଖେ ଛିଡା

    କାହାକୁ କରିବି ପର ।


କହିଲି ଦିନେ ମୁଁ ଭାରିଜାକୁ ମୋର

    ଗାଆଁକୁ ଯିବା ଏଥର

ଭାରିଜା କହିଲା ବେଳନାହିଁ ମୋର

    ସନ୍ଧ୍ୟାକୁ ଯିବି ପାର୍ଲର ।


ପରଦିନ ପୁଣି କହିଲି ତାହାଙ୍କୁ

   ହୁଅ ତୁ ବେଗେ ବାହାର

ମାଆ ମୋର ଘରେ ଜ୍ବରରେ ପଡିଛି

     ଦେଖିବା ଯାଇ ସତ୍ବର ।


ଏକଥାକୁ ଶୁଣି ଭାରିଜା ମୋହର

    କାନ୍ଦିଲା ନାକ ଅଗର

ଏକମାସ ହେଲା ଯାଇନି ସିନେମା

   ସନ୍ଧ୍ୟାକୁ ଟିକଟ କର ।


ପୁଅ ପୁଅ ବୋଲି କାନ୍ଦି କାନ୍ଦି ମରେ

    ବୁଢୀ ମାଆଟି ମୋହର

ଧନ୍ଯ ଚାଣ୍ଡାଳୁଣୀ ଭାରିଜା ତୁ ମୋର

    କରିଛୁ ମୋତେ ଚାକର ।


ପାରୁନାହିଁ ବୁଝି ମାଆର ମମତା

   ନାରୀ ଏ କଳିଯୁଗର

ଛିଡି ପଡିବକି ଛାତିରେ ତାହାର

   ଆକାଶ ପରି ପଥର ।


ଏହିଭଳି ନାରୀ ସଂସାରେ ଯେତେକ

    ଦେଇଛ ହେ ପ୍ରଭୁ ଭରି

ଦିଅ ଅଭିଶାପ ଆହେ ମହାପ୍ରଭୁ

    ଯାଆନ୍ତୁ ସମସ୍ତେ ମରି ।


ନାରୀ ପାଇଁ ଦିନେ ମହାପ୍ରଭୁ ତୁମେ

    ଖଣ୍ଡିଆ ରୂପକୁ ଧରି

ବିଜେ କରିଅଛ ବଡ଼ଦେଉଳରେ

    ନାରୀ ମାଡଖିଆ ହରି ।


ସାହସ ଅଛିତ ଅଭିଶାପ ଦିଅ

    ନହେଉ ପୁତ୍ର କାହାରି

ତୁମେ ମହାବାହୁ ଶଙ୍ଖଚକ୍ରଧାରୀ

    ବିଶ୍ବ ବିହାରି ଯେ ହରି ।।



Rate this content
Log in

Similar oriya poem from Tragedy