STORYMIRROR

Dipti lekha Mishra

Tragedy

2  

Dipti lekha Mishra

Tragedy

ଦୁଃଖ ଖାଲି ସାର

ଦୁଃଖ ଖାଲି ସାର

1 min
79

କାହିଁକି ଏତେ ମୁଁ ଭଲ ପାଉଥିଲି

ବାପା ମାଆ ଘର କଥା ନ ଶୁଣି

ଏତେ ପ୍ରତାରଣା ଦେବ ଜାଣିଥିଲେ

କେବେ ଭଲ ସତେ ପାନ୍ତିନି


ତୁମରି କଅଁଳ ଓଠର ସ୍ପର୍ଶର ମାୟାରେ

ମୋ ଦେହ ତୁମ ଜିମା କଲି

ଦୁଃଖର ଦିନକୁ ମୋ ନିଜ ହାତରେ

ଯତନେ କି ସଜାଡୁଥିଲି


ଏତେ ନିଷ୍ଠୁର ହୄୄୄୄୄୄଦୟ ତୁମର ଅଛି ବୋଲି

ଜାଣିପାରିଲିନି ଟିକେ ହେଲେ

ତୁମରି ହାତରେ ଜୀବନ ଉଜାଡିଦେବାକୁ

ନିଜକୁ ମୁଁ ବିଶ୍ବାସେ ଟେକିଦେଲି


ଥରେ ହେଲେ ତୁମ ମାଆ ଭଉଣୀ କଥା ଭାବି

ଦୟା ଟିକେ ମୋତେ କର

ପ୍ରେମ ପ୍ରତାରଣା ନିଆଁରେ ନ ଜାଳି

ଆପଣାର ଟିକେ କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy