STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ଦୁଃଖ ହାରୀ ଶୁଣ ଏବେ. ପ୍ରଣତି ଜେନା

ଦୁଃଖ ହାରୀ ଶୁଣ ଏବେ. ପ୍ରଣତି ଜେନା

1 min
176


କେତେ କଷଣ କୁ ଭୂଷଣ କରିବ

    ସହିବା ଶକତି ନେଇ,

ତୁମେ ବଳିୟାର ମୁଁ ଦୀନ ଗରିବ

   ମାନବୀ ଚେତନା ପାଇ.....


ପଥ ବହୁଦୂର ଯନ୍ତ୍ରଣା ତିମିର

   ଚାଲିପାରୁନାହିଁ ଆଉ,

ଯାହା ଖେଳ ତୁମ ତାହା କାଳ ମୋର

    ସହିବି କି ତୁମେ ଥାଉ.......


ଗଭୀର ଆଶ୍ଲେଷେ ଆଲିଙ୍ଗନ ଭରେ 

  ନେବ କି ତୁମେ କୋଳେଇ,

ମହାପ୍ରସାଦ ର ଭାଗ୍ୟ ଜନ୍ମାନ୍ତରେ

  ସୌଭାଗ୍ୟ ହେବ ମୋ ପାଇଁ,.....


ଝାଉଁଳା, ମଉଳା ଫୁଲଟିଏ ପରା

    ତଥାପି ଭରସା ମୋର,

ଅସ୍ତିତ୍ୱ, ଅସ୍ମିତା, ଅଂହକାର ଧାରା

    ଭସ୍ମିଭୂତ ଇଲାକାର.....


ତଲ୍ଲୀନ, ମନ୍ମୟ ମଧୁ ମାଧୁରିମା

   ଦିବ୍ୟତାର ସ୍ପର୍ଶ ହୋଇ,

ଭିଜାଇ ହୃଦୟ ହୁଅ ମୋ ସାହାରା

    ଶୂନ୍ୟମୟତା ଦୁରେଇ.......


ତୁମେ କର୍ମ, ଧର୍ମ ତୁମେ ମୋ ପ୍ରାରବ୍ଧ

    ତୁମ ବିନା ଶୂନ୍ୟ ମୁହିଁ,

ମୌନ ରହିମୋତେ କରିଛ ସ୍ତମ୍ଭିତ

    ଲକ୍ଷ୍ୟ ରୁ ବିଚ୍ୟୁତ ପାଇଁ......


ତୃଷ୍ଣା ରେ ତୃଷାର୍ତ୍ତ ନ ଚାହିଁଲେ ପରା 

    ଆନ ଗତି ମୋର ନାହିଁ,

ତୁମେ ମୋର ହେବା, ମୁଁ ତୁମର ହେବା

     ନିଶ୍ଚିତ ଭାବଇ ମୁହିଁ........


ଅସରନ୍ତି ଲୁହେ ନିୟୁତ ପ୍ରମାଣେ 

    ଅଭିଷେକ ଶ୍ରୀ ପୟର,

କର୍ମ, ଭାଗ୍ୟ ମୋର ତୁଳସୀ ସଜାଏ

     କଳାମଣି ଘେନାକର.......


ଅନ୍ଧୁଣୀ ମୁଁ ପରା ଆଶାବାଡ଼ି ଶତ 

    ପଥେ ଧରିନେବ ହାତ,

ମୋ ବିଭୋର ପଣେ ଉଛ୍ୱlସଟେ ହୋଇ

    ଥମିବ ସୁନାମୀ ଶତ.....


କେହି ମୋର ନୁହେଁ କାହାର ମୁଁ ନୁହେଁ

   ଭାଵ ସୌଭାଗ୍ୟ ହେଉ,

ଅନ୍ତିମ ପର୍ଯ୍ୟନ୍ତ ଅପେକ୍ଷା ସହିହେ

    ପ୍ରାଣ ପଦେ ସରିଯାଉ......


ମୁହଁ ସଞ୍ଜହେଲା ଖୋଜି, ଖୋଜି ସତେ 

     ନିରବ ପଥରେ ରହି,

ସ୍ନେହ, ଶ୍ରଦ୍ଧା ମୋର ମିଛ ବୋଲି ମୋତେ

      କହିଦେରେ ଥରେ ତୁହି.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational