ଦୁଃଖ ଦରିଆ
ଦୁଃଖ ଦରିଆ
ଅଧା ରହିଗଲା ମୁଠାଏ ସପନ
ଲିଭି ଗଲା ସଞ୍ଜବତୀ
ଛାଇ ଆଲୁଅରେ ଖେଳ ସରିଗଲା
କଳଙ୍କିତ ହେଲା ରାତି,
ଦରଦରେ ବୋଳା ହୃଦୟ ଶୋଇଲା
ମାଟିର ଚରଣ ଛୁଇଁ
କୁସୁମର ବାସ ମଉଳି ପଡ଼ିଲା
ସିନ୍ଦୁରା ଫାଟିଲା ନାହିଁ,
ଅପସରି ଗଲା ସେନେହଁ ଶରଧା
ବିଛୁଡ଼ି ପଡ଼ିଲା ସ୍ମୃତି
ଅଧା ରହିଗଲା ମୁଠାଏ ସପନ
ଲିଭି ଗଲା ସଞ୍ଜବତୀ......
ହସ ଖୁସି ସବୁ ଇତି ହୋଇଗଲା
ଦୁଃଖ ଦରିଆର କୂଳେ
ପାଦ ଚିହ୍ନ ସବୁ ଲିଭି ଲିଭି ଗଲା
ସମ୍ପର୍କଟି ଲୁହ ଢାଳେ,
ଏମିତି ସମୟ ଆସିଲା ଅଦିନେ
କୋହରେ ଭରିଲା ଛାତି
ଅଧା ରହିଗଲା ମୁଠାଏ ସପନ
ଲିଭି ଗଲା ସଞ୍ଜବତୀ......
