ଦୁହିତା
ଦୁହିତା
କେବେ ସେ ଦୁଇ କୂଳ କୁ ହିତା
କେବେ ପୁଣି ଜଗତଜିତା,
କେବେ ସେ ସର୍ବସହଣୀ
କେବେ ପୁଣି ସର୍ବସଂହାରିଣୀ |
ବକ୍ଷରେ ଯାହାର ଅମୃତର ଧାର
ଲୋଚନ ରୁ ଝରେ ସଦା ଶ୍ରାବଣର ଧାର,
ନୁହେଁ ବାପଘର ନୁହେଁ ଶାଶୁଘର
ଦୁଇକୂଳ ପାଇଁ ସାଜେ ପୁଣି ପର |
କର୍ତ୍ତବ୍ୟ ର ପଥେ ରହି
ଭୁଲେ ଯେ ନିଜକୁ,
ଆପଣାଇ ଜୀବନର
ଶୁଷ୍କ ମରୁଭୂମିକୁ |
ହସିଲେ ସେ ବହେ ମୃଦୁ ମଳୟ
ଋଷିଲେ ଯେ ଆସେ ଖଣ୍ଡପ୍ରଳୟ ,
ଜାୟା, ଜନନୀ, ଭଗ୍ନୀ, ସାଜି ଗଢ଼ଇ ସେ ଦୁନିଆଁ
ଆଖିରୁ ଝରଇ ତାର କ୍ରୋଧାଗ୍ନି ର ନିଆଁ |
ତଥାପି ନାରୀ ଆଜି
ଅଦାଦୃତା,ଅବହେଳିତା, ଉପେକ୍ଷିତା
ସବୁ ଦୁଃଖ କୁ ସହିଯାଇ
ସାଜିପାରେ ସେ ଇତିହାସ ରଚିତା,
ସେଇ ନାରୀ ଆଜି ସର୍ବସଂହା ଧରିତ୍ରୀ
ଯେତେ ବର୍ଣ୍ଣନା କଲେ ହେବନି ତା'ଇତି |