ଦୁହିତା
ଦୁହିତା


ଦୁହିତା, ଦୁଇ କୁଳର ହିତା
ଝିଅ କନ୍ୟା ଦୁହିତା ନାମେ ବନ୍ଦିତା
ଦୁଇ ନାଆ ମଝିରେ ସମର୍ପିତା
ରଖେ କୁଳ ମର୍ଯ୍ୟାଦା
ଲଜ୍ୟା ଆଭୂଷଣେ ସର୍ବଦା
ଜଗି ରଖି ଚଳେ ସର୍ବସଂହା ବସୁଧା
ଜନନୀ ଭଗିନୀ ଜାୟା ରୂପେ ପୂଜିତା
ମାଆ ହୋଇ ସହି ଅଳି ଅର୍ଦ୍ଦଳି
ସଂସାର ଜଞ୍ଜାଳ ସବୁ ସମ୍ଭାଳି
ନାରୀ ନାମେ ଉଡ଼ାଇ ଧ୍ଵଜା
ହୁଏ କୈକେୟୀ ଅବା କୁବଜା
ଦୁହିତା ମୁଁ ପତିବ୍ରତା ମୋ ଧର୍ମ
ବୁଝି ବୁଝାଏ ମୁଁ ସଂସାର ମର୍ମ
ଦୁଇ କୁଲକୁ ହିତା ଆଜନ୍ମ ସମ୍ଭୂତା
ମାରିଦିଆନ୍ତି ମତେ ଯିଏ ମାଆ ପେଟରୁ
ନବୁଝି ଦୁହିତା ସ୍ନେହ ପ୍ରେମ କାଣିଚାଏ
ମମତା କଳସ ଅମୃତ ମଣୋହୀ ଭଣ୍ଡାରୁ
ଦୁହିତା ଜଗତଜିତା,ଦୁର୍ଗା କାଳୀ ବା ସୀତା
ବାପା ମାଆ ପାଇଁ କାନ୍ଦେ ଅନ୍ତର
ଶାଶୁ ଶଶୁରଙ୍କ ସେବା ନିରନ୍ତର
ଭାଇ ହାତେ ବାନ୍ଧେ ରାକ୍ଷୀ
ସ୍ୱାମୀର ସୋହାଗିନୀ ସଖି
ନୁହେଁ ଜମା ନିରୀମାଖି
ଦୁଇ କୁଳର ସେ ବାଆ କୁ ବତା
ଅନୁକମ୍ପା ଆବରଣେ ସମୟାନୁବାର୍ତ୍ତିତା
ଶୁଙ୍ଖଳା ନାମରେ ଓଢ଼ଣୀ ସାଜେ ତା ମଥା ।