STORYMIRROR

Sakuntala Parida

Action

3  

Sakuntala Parida

Action

ଦୁହିତା

ଦୁହିତା

1 min
183

     

ତିନୋଟି ଶଦ୍ଦରେ ନାଁଟି ତାର

ମାଟି ହାଣ୍ଡି ପରି ଜୀବନ ତାହାର

ଜନମ ବେଳରୁ ନୁହେଁ ସେ କାହାର 

ଆଜି ସେ ନିଜର କାଲି ସେ ପର

ସତରେ ଏ ସଋଷ୍ଟିରେ ବଚିତ୍ର ନାଁଟି ତାର ଦୁହିତା। ୧। 

ମାଟି କଣ୍ଢେଇଟି ପରି ଦେହଟି ତାହାର 

ହଋଦୟଟି ତାର ଭାରି ସରଳ

ଜନନୀ ହେଇ ସେ ଜନମ ଦିଏ, 

ଭଗିନୀ ହେଇ ସେ ଭାଇର ବନ୍ଧୁ ହୁଏ, 

ଜାୟା ହେଇ ସେ ପୁରୁଷର ଜୀବନ ସାଥି ହୁଏ

ସତରେ ଏ ସଋଷ୍ଟିରେ ବଚିତ୍ର ନାଁଟି ତାର ଦୁହିତା।୨। 

ଭାରି ନିରିମାଖି ଚେହେରାଟି ତାର

ସୁକୋମଳ ଫୁଲ ପରି ହଋଦୟଟି ତାର

ଆଜି ସେ ଝିଅ କାଲି ସେ ବୋହୂ 

ଭିନ୍ନ ଭିନ୍ନ ରୂପ ତାହାର

ସତରେ ଏ ସଋଷ୍ଟିରେ ବଚିତ୍ର ନାଁଟି ତାର ଦୁହିତା। ୩। 

ଅନ୍ୟ ଖୁସି ପାଇଁ ନିଜ ଖୁସି ଭୁଲିଯାଏ 

ନିଜ ହାତରେ ନିଜର ସ୍ବପ୍ନକୁ ଭାଙ୍ଗି ଦିଏ

ଦୁନିଆ ଲୋକଙ୍କ ଗଞ୍ଜାଣ ଶୁଣି

ସବୁ କଷ୍ଟକୁ ହସି ହସି ସହିଯାଏ

ନିଜ ଲୁହକୁ ନିଜେ ଓଠରେ ପିଇ ଯାଏ 

ତଥାପି ଏ ସମାଜ ତାକୁ କଳକିନୀର ଆଖ୍ୟା ଦିଏ

ସତରେ ଏ ସଋଷ୍ଟିରେ ବଚିତ୍ର ନାଁଟି ତାର ଦୁହିତା। ୪। 

କାହା ଘରର ସେ ଲକ୍ଷ୍ମୀ ତ

ଆଉ କାହା ପାଇଁ ଦେବଦାସୀ

ଏଇ ସମାଜରେ ଦୁର୍ଯ୍ୟୋଧନ ପରି

ରାକ୍ଷସ ଆଗରେ ସାଜିଛି ସେ ଦୌପଦୀ

ଧଋତରାଷ୍ଟ୍ର ପରି ଏ ସମାଜ ପାଲଟିଛି ଅନ୍ଧ

ଏଠି ଲକ୍ଷ୍ଯ ଲକ୍ଷ୍ଯ କନ୍ଯା ଦୌପଦୀ ସାଜନ୍ତି

 ତଥାପି ଏ ସମାଜ ଚୁପ୍ ରହିଛି

ସତରେ ଏ ସଋଷ୍ଟିରେ ବଚିତ୍ର ନାଁଟି ତାର ଦୁହିତା। ୫। 

ନା ମିଳେ ତାକୁ ନ୍ଯାୟ, 

ନା ମିଳେ ତାକୁ ସମ୍ମାନ

ଆଜି କାନୁନ୍ ଆଖିରେ ଅନ୍ଧପୁଟୁଳି ବାନ୍ଧି

 ସାଜିଛି ଆଜି ପ୍ରତିବନ୍ଧକ

ସେହି ଅସହାୟ ଝିଅର ବାପା ମାଆଙ୍କ

 ହାତରେ ଧରେଇ ଦିଏ କୁଢ଼ କୁଢ଼ ତାରିଖ

ସତରେ ଏ ସଋଷ୍ଟିରେ ବଚିତ୍ର ନାଁଟି ତାର ଦୁହିତା। ୬। 

ଯେତେ ଲେଖିଲେ ବି ଅଧୁରା ରୁହେ

 ବିଚିତ୍ର ତାର ଏ ଜୀବନ

ମାଟି ପିଣ୍ତୁଳାଟି ଦିନେ ମାଟିରେ ମିଶିବ 

ବଡ଼ ଅଜବ ତାର ଚରିତ୍ର

ସତରେ ଏ ସଋଷ୍ଟିରେ ବଚିତ୍ର ନାଁଟି ତାର ଦୁହିତା। ୭। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action