STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଦଶହରା

ଦଶହରା

2 mins
233

ମାଟିରେ ମୂର୍ଚ୍ଛନା ଜହ୍ନରେ ଯୋଛନା

ପାଣି ପବନରେ ମାଆଙ୍କ ବନ୍ଦନା

ମୁଖରିତ ହୁଏ ପୂଜା ପାର୍ବଣ

ମାଆଙ୍କର ଧରା ଅବତରଣ

ସେତ ପୂରଣ କରନ୍ତି ମନ ବାସନା ।


ମହିଷା ଅସୁର ମୃତ୍ୟୁ ପାଇଁ

ଦେବାଗ୍ନିରୁ ଜନ୍ମ ମହାମାୟୀ

ସିଂହପରେ ମାଆ ବିଜେ ହେଲେ

ଅସୁର ସାଥିରେ ଯୁଦ୍ଧ କଲେ

ଶୁମ୍ଭ ନିଶୁମ୍ଭଙ୍କ ପରାଣ ନେଲେ

ମହିଷାସୁରକୁ ବଧ କରିଲେ

ଦେବୀ ଦୂର କଲେ ଦେବତାଙ୍କ ଯାତନା ।


ତ୍ରେତୟା ଯୁଗରେ ଲଙ୍କ ପତି

ମାତାସୀତାଙ୍କୁତ କଲା ଚୋରୀ

ବ୍ରହ୍ମା ବଳରେ  ସେ ବଳିୟାନ

ନଥିଲେ ବୀର କେ ତାର ସମ

ତାସାଥେ ଲଢିବା ପାଇଁ ଶ୍ରୀରାମ

ଶରତେ ସ୍ମରିଲେ ଦୁର୍ଗାଙ୍କ ନାମ

ମାଆ ଦଶହରି ଢାଳିଦେଲେ କରୁଣା ।


ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପି

ଶ୍ରୀରାମ ମାଆଙ୍କୁ ହେଲେ ଜପି

ଦୟାମୟୀ ନିଦ୍ରା ଯାଇଥିଲେ

ନାମ ସ୍ମରଣେରେ ସେ ଉଠିଲେ

ପ୍ରଭୁଙ୍କ ପୂଜାରେ ତୋଷ ହୋଇଲେ

କୋଦଣ୍ଡ ରେ ମାଆ ବିରାଜ ହେଲେ

 ତହୁଁ ରାବଣର ଶକ୍ତି ହୋଇଲା ଉଣା ।


ରାବଣ ମାରି ଶ୍ରୀ ରଘୁବୀର

ମାତାଙ୍କୁ କରିଲେ ସେ ଉଦ୍ଧାର

ମାତା ଦୁର୍ଗା ଙ୍କର ଉଡେ ଧ୍ଵଜା

ସେଦିନୁ ଶରତେ ଦେବୀପୂଜା

ସିଂହବାହିନୀ ରୂପେ ଆସି ମାଆ

ଭକ୍ତ ମାନଙ୍କୁ ହୋଇଥାନ୍ତି ସାହା

ହୁଏ ମଣ୍ଡପେ ମାଆଙ୍କ ପୂଜା ଅର୍ଚ୍ଚନା ।


ଆଶ୍ୱିନେ ଶରତ ଋତୁ ହସେ                   

ଦଶହରା ଦେବୀ ପୂଜା ଆସେ

ଶୁକ୍ଳ ପକ୍ଷରେତ ହୁଏ ପୂଜା

ବିଜେ କରନ୍ତି ମା ଦଶ ଭୂଜା

ହୁଏ ହୋମ ଯଜ୍ଞ ଚଣ୍ଡୀ ପଠନ

ମାଆଙ୍କ ମହିମା ଗାନ କିର୍ତ୍ତନ

ମାଆ ପୂରଣ କରନ୍ତି ମନ ବାସନା ।


ଷଷ୍ଠୀରେ ହୁଏ ବେଲ ବରଣ

ସପ୍ତମୀ ପ୍ରଭାତେ ଚକ୍ଷୁ ଦାନ

ଅଷ୍ଟମୀ ରାତିରେ ସନ୍ଧିପୂଜା

ଲଳିତ ମୁଦ୍ରାରେ ଦଶଭୂଜା

ଅପରାଜିତା ହୋମ ନବମୀ ଦିନ

ଦଶରା ସିନ୍ଦୂର ଖେଳରେ ମନ

ପର ଦିନ ବିସର୍ଜନ ଭଲ ଲାଗେନା ।


ଏମିତି ମାଆଗୋ ଆସୁଥିବ

ଗଗନ ପବନ ହସୁଥିବ

ଅମୃତ ଦୃଷ୍ଟିରେ ଚାହିଁ ଥିବ

ଦୋଷ ଥିଲେ କ୍ଷମା କରୁଥିବ

ତୁମରି ଆଶିଷ କରୁଣା ପାଇ

ତମସା ତିମୀର ଯିବ ଉଭେଇ

ତୁମ ପାଦରେ ଏତିକି ଆମ ପ୍ରାର୍ଥନା ।


Rate this content
Log in

Similar oriya poem from Classics