STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ଦଶଭୂଜା

ଦଶଭୂଜା

1 min
240


 


ବିନ୍ଧ୍ୟଗିରୀବାସିନୀ ମା ବିଷ୍ଣୁ ପାଟରାଣୀ

ଦଶଭୂଜା ମାହେଶ୍ୱରୀ ହେ ସିଂହ ବାହିନୀ

ବିପଦେ ଲୋଡିଲେ ମୁନୀଋଷିି ଯେ ଦେବତା

ଆହେ କୃପାମୟୀ ଦୂର୍ଗେ ଜଗତର ମାତା ।।


ଧନ୍ୟ କଲ ପୃଥ୍ବୀ ମାଆ ଗୋ ଦୈତ୍ୟ ବିନାଶିନୀ

ଅଭୟ ବର ଦାୟିନୀ ବିଶ୍ଵ ବିନୋଦିନୀ

ଶିବେ ଶିବା ଡାକେ ବିଶ୍ଵ ଆକୁଳ ଅନ୍ତରେ

ବରଷି ଯାଉ ଆଶିଷ ଏ ଧରା ଧାମରେ ।।


ଶାରଦେ ବରଦେ ମାଗୋ ବିନ୍ଧ୍ୟ ବାସିନୀ

କୋଟି ଐଶ୍ୱର୍ଯ୍ୟେ ଶୋଭା ତ୍ରିପୁର ମୋହିନୀ

ରାମ ବନବାସ କାଳେ ହୋଇଥିଲ ସାହା

ସଂସାରୁ ବିନାଶ କ୍ଲେଶ ମାଗୋ ମହାମାୟା ।।


ଦେବୀ ଅଷ୍ଟଭୂଜା ଉତ୍କଳେ ବିରଜା ରାଣୀ

ତବ ପଦ ପଙ୍କଜରେ ମାତା ମୁଁ ଚିର ଋଣୀ ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational