STORYMIRROR

Satyabati Swain

Classics Others

2  

Satyabati Swain

Classics Others

ଦଶଭୁଜା

ଦଶଭୁଜା

1 min
113


ଅଶିଣ ଆସିଲା 

          ପାର୍ବଣ ବାସିଲା

ମା ଦଶ ଭୁଜାଙ୍କ

        ଆଗମନ ହେଲା।

          

ପାଟରେ କାଇଁଚ

           କାଶ ତଣ୍ଡି ହସିଲା।

 କାଚ କେନ୍ଦୁ ପାଣିରେ 

           ଜହ୍ନମୁହଁ ଦେଖିଲା ।

 

ଶରତ ଆକାଶ

     ନିରିମଳ ଦିଶିଲା

ଶାରଦୀୟ ପୂଜାରେ

          ମାଟି ମହକି ଗଲା।


ଦୁର୍ଗତି ନାଶିନୀ

         ମାଆ ଦଶଭୁଜା

ଓହ୍ଲାଇ ଧରାରେ 

         ପାଇବେ ତ ପୂଜା।


ମହିଁଷା ମର୍ଦ୍ଦିନି ମା

        ଖଣ୍ଡା ଖର୍ପରଧାରିଣୀ

 ସୃଷ୍ଟି ଶକ୍ତି ସ୍ଥିତି

         ସେତ ଜଗ ମୋହିନୀ।


ଦଶହରା ମେଢ଼ 

        ଗାଆଁ ଠୁ ସହର

ପୂଜା ଉତ୍ସବରେ

       ହସିବ ବଜାର।


ଛକ ଛକରେ ମେଢ଼

         ଶୋଭା କି ସୁନ୍ଦର

 ମା ଧରାବତାରଣ

         ନାଶିବେ ପାପଭାର।


ଦୁର୍ଗା ପୂଜା ସଭିଙ୍କ

         ଅପେକ୍ଷାର ଦିନ

ବରଷକେକେ ଥରେ

        ଝୁମେ ଖୁସିରେ ପ୍ରାଣ।


ପାପ ବିନାଶୀ ମା

         ଶାନ୍ତ, ଶାନ୍ତି ପାଇଁ

ମହିଁଷା ଅସୁରକୁ

       ନିଧନ କରିଥିଲେଇ।


 କରୋନା ମହାମାରୀ

         ସଂକ୍ରମଣର ଭୟ

ମା ଲୋ ଦଶଭୁଜା

       ଆସି ଦେ ଅଭୟ।


ଥରୁଛି ମିଣିଷ

         ଥରେ ସାରା ବିଶ୍ୱ

ମା ଦୁର୍ଗତ ନାଶିନୀ

        ଆମ ଦୁର୍ଗତି ନାଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics