STORYMIRROR

Dr.Sashi Bhushan Mohapatra

Classics

2  

Dr.Sashi Bhushan Mohapatra

Classics

ଦୃଶ୍ୟ ଅଦୃଶ୍ୟ-୨

ଦୃଶ୍ୟ ଅଦୃଶ୍ୟ-୨

1 min
3.1K

ବାହାରେ ଆଲୋକର ଉଜ୍ୱଳ ପ୍ରକାଶ

ହରଭରା ସବୁଜିମା

ମନ୍ଦ ମଧୁର ପବନ

ଚମ୍ପାଫୁଲର ଉତ୍ତାଳ ମହକ

ତା' ସହ ଭୟ ଓ ଆତଙ୍କ ଅଛି |


ଭିତରେ ଅନ୍ଧାରର ରାଜୁତି

ସିଂହାସନରେ ମୁଁ ବସିଛି

ଅଥଚ ମୁଁ ଅସହାୟ,ଅଣନିଶ୍ୱାସୀ

ଭୟରେ ମୋ ସର୍ବାଙ୍ଗ ଥରୁଛି |


ଭିତରେ ପ୍ରକାଶ ଦରକାର

ମୁଁ କୁ ହଟାଇବାକୁ,

ବାହାର ବି ଏବେ ଘୋର ଅନ୍ଧାର

ମୋତେ ଭିତରକୁ ଯିବାକୁ ହେଉ

କେହି ଟିକେ ହାତ କଢ଼େଇନେଉ

ଆହୁରି ଗଭୀରରୁ ଗଭୀରକୁ |


ଭିତରେ ସୌନ୍ଦର୍ଯ୍ୟ ଭରି ରହିଛି

ଚନ୍ଦନପରି ମହକ ଅଛି

ସେଠି ପିଣ୍ଡ ବ୍ରହ୍ମ ପଦ୍ମଫୁଲ ପରି ଫୁଟିଛି

ସେଠି ଅନ୍ଧାର ଅନ୍ଧକାର ନୁହେଁ

ଆଲୋକ ଚନ୍ଦ୍ରଲୋକ ପରି ସ୍ନିଗ୍ଧ ଶୀତଳ

ଭିତର ବାହାର କିଛି ନାହିଁ

ଦୃଶ୍ୟ ଅଦୃଶ୍ୟର ମୋହ ନାହିଁ |



Rate this content
Log in

Similar oriya poem from Classics