ଦରବାର
ଦରବାର
ରାଜ୍ୟର ମଉଡ ରାଜା ଅଧିଶ୍ୱର
କାର୍ଯ୍ୟାଳୟ ଦରବାର
ମନ୍ତ୍ରୀ ପରିଷଦ ବସିକି ବିଚାର
ହୋଇଥାଏ ପ୍ରଜାଙ୍କର ।
ଦରବାର ଟିର ସାଜସଜ୍ଜା ପୁଣି
ମନଲୋଭା ଚିତ୍ର ସବୁ
ନାଲି କାରପେଟ ବିଛାଇ ହୋଇକି
ପଡିଥାଏ ସମ୍ମୁଖକୁ l
ରାଜାଙ୍କ ପୋଷାକ ନାଲିଆ ରଙ୍ଗର
ମୋଟା ମୋଟା ଦାଢ଼ି ନିଶ
ସିଂହାସନ ପରେ ବସିକି ରାଜାଯେ
ଦେଖନ୍ତି ନିଜର ଦେଶ l
ରାଜାଙ୍କ ଚାହାଣି କାଉର ପରିକା
ଚାହାଁନ୍ତି କଣେଇକରି
ଆଖିର ଇସାରେ କଥାତ କୁହନ୍ତି
ରାଜା ଯେ ଷ୍ଟାଇଲକରି l
ରାଜାଙ୍କ ମୁକୁଟ ଅଟଇ ସୁବର୍ଣ୍ଣ
କାରୁକାର୍ଯ୍ୟ ତାରକସି
ମୁକୁଟର ଶୋଭା ହୁଅଇ ବର୍ଦ୍ଧିତ
ରାଜାଙ୍କ ମୁଣ୍ଡରେ ବସି l
ସିଂହାସନ ପାର୍ଶ୍ୱେ ରହିଛି ଦୁଇଟି
ପ୍ରତିମ୍ବିବ ସୈନିକର
ହାତେ ଖଡ୍ଗ ଧରି ନିଶ୍ଚଳ ମୁଦ୍ରାରେ
ଶୋଭିତ ଦୁଇ ପାର୍ଶ୍ଵର l
ସିଂହାସନ ପରେ ଖଣ୍ଡାତ ଝୁଲୁଛି
ତେଜ ଚକ ଚକ କରେ
ଢାଲତ ଶୋଭିତ ଯୁଦ୍ଧର ରକ୍ଷକ
ପ୍ରଦର୍ଶିତ ଦରବାରେ ।
ରାଜାଙ୍କ ବେକରେ ମୁକ୍ତାର ମାଳଟି
ସୁବର୍ଣ୍ଣରେ ଝଲସିତ
ରାଜା ପାଇଁ ରାଜ୍ୟ ହୁଅଇ ଉନ୍ନତ
ପ୍ରଜାମାନେ ସୁରକ୍ଷିତ l
ପ୍ରଜା ହେଲେ ଖୁସି ରାଜାଙ୍କର ଖୁସି
ପ୍ରଜାଙ୍କ ମୁଖ୍ୟଯେ ରାଜା
ସ୍ୱେଚ୍ଛାଚାରୀ ରାଜା ରାଜ୍ୟର କଳଙ୍କ
ପାଏନା ସେକେବେ ପୂଜା l
ସତ୍ୟ ଧର୍ମ ନ୍ୟାୟ ରାଜାଙ୍କର ନୀତି
ସଭିଙ୍କ ପାଇଁ ସମାନ
ରାଜା ସମଦୃଷ୍ଟି ସମ୍ପନ୍ନ ହୋଇଲେ
ରାଜ୍ୟ ପାଏ ସନମାନ ll
