ଦୋଳl ଲୀଳା ଯାତ
ଦୋଳl ଲୀଳା ଯାତ
ଫଗୁଣ ମାସରେ ହୁଏ ଦୋଳl ଲୀଳା
ଫଗୁ ଖେଳ ମେଳଣ
ବିମାନେ ବିଜୟ କରି ରାଧା କୃଷ୍ଣ
ଫଗୁ ଖେଳରେ ମଗ୍ନ ।
ରହିଣ ଥାଆନ୍ତି ଭକତ ଗହଣେ
ପଞ୍ଚ ଦୋଳୁ ଆରମ୍ଭ
ହୋଇ ଶେଷ ହୁଏ ଦଶ ଦୋଳରେ ଏ
ଦୋଳ ପୂର୍ଣ୍ଣିମା ଦିନ ।
ବାଜୁ ଥାଏ ବାଜା କୁବୁଜି ଓ ତୂରୀ
ଶଙ୍ଖ ମହୁରୀ ଆଦି
ଖୋଳ କରତାଳ ମୃଦଙ୍ଗ ମାଦଳ
ତାଳେ ତାଳେ ସେ ନାଚି ।
ହଲି ହଲି ଚାଲେ ଏ ଦୋଳ ଵିମାନ
ପଡଇ ହୁଳହୁଳି
ଦେଖିଲେ ଦର୍ଶକ ଭକତ ଙ୍କ ମନ
ଉଠୁ ଥାଏ କୁରୁଳି ।
ଝୁଲି ଝୁଲି ଦୋଳା ଖେଳା ଲୀଳା କରି
ଥାଆନ୍ତି ରାଧା କୃଷ୍ଣ
ଏ ଦୋଳ ଉତ୍ସବ ଦରଶନ କଲେ
ମିଳେ ଭକ୍ତେ ଅଭୀଷ୍ଟ ।
ଭାରୁଆ କାନ୍ଧରେ ବିମାନ କାନ୍ଧେଇ
ବୁଲୁ ଥାନ୍ତି ଦୋଳରେ
ଚଉ ପାଶେ ବେଢ଼ି ଭକତ ଜନ ଏ
ହରି ବୋଲ ଧ୍ଵନିରେ ।
ରତ ରହି ଥାନ୍ତି ହରେ ରାମ ବୋଲି
ହରେ କୃଷ୍ଣ ହରେରେ
କୃଷ୍ଣ ଲୀଳା ରାସ ଦିଏ ଦିବ୍ୟ ରସ
ଏ ଫଗୁଣ ମାସରେ ।
ହୁଏ ଅନୁଷ୍ଠିତ ନାଚନ୍ତି ଭକତ
ନାଚି ଗାଇ ମଉଜେ
ପାଳନ କରନ୍ତି ଏ ଦୋଳ ଉତ୍ସବ
ମନ ଖୁସିରେ ମଜ୍ଜେ ।
ରାଧା କୃଷ୍ଣଙ୍କର ମନ୍ଦିରରେ ସାଜ
ସଜ୍ଜା ଦୋଳ ଉତ୍ସବ
ଦୋଳl ଲୀଳା ଯାତ ନୃତ୍ୟ ଗୀତ ରାସ
ରସ ଦର୍ଶନେ ଭକ୍ତ ।
ରତ ରହି ଥାନ୍ତି ଗୀତ ଗାଉ ଥାନ୍ତି
ଆନନ୍ଦେ ଚିର ମତ୍ତ
ଉଚ୍ଛୁଳି ଉଠନ୍ତି ନାଚି ଗଡି ଯାନ୍ତି
ମନ ପ୍ରାଣ ଉଷତ ।

