STORYMIRROR

Nrusingha Narayan Tripathy

Inspirational

4  

Nrusingha Narayan Tripathy

Inspirational

ଦୋଳ ପୂର୍ଣ୍ଣିମା

ଦୋଳ ପୂର୍ଣ୍ଣିମା

1 min
443

ଭକ୍ତିର ଠାକୁର     ଅପୂର୍ବ ସୁନ୍ଦର

    ଅଦ୍ଭୁତ ତୁମର ଲୀଳା

ଛାଡି ଶ୍ରୀମନ୍ଦିର   ଦର୍ଶନେ ଭକ୍ତର

    ତେର ପର୍ବେ ଲୀଳାଖେଳା ll


ବସନ୍ତ ଋତୁରେ   ରଙ୍ଗର ଖେଳରେ

   ଫଗୁଣରେ ଫଗୁଖେଳ

ଫଗୁ ଦଶମୀରେ   ପବିତ୍ର ତିଥିରେ

   ଆରମ୍ଭ ଅବିର ଖେଳ ll


ଧର୍ମର ସ୍ଥାପନ   ମର୍ତ୍ତ୍ୟରେ ଜନମ

   କୃଷ୍ଣ ରୂପେ ଜନମିଲ

ପୁତନା ରାକ୍ଷସୀ  ବର୍ବର ସେ କଂସ

   ଭ୍ରଷ୍ଟାଚାର ନାଶ କଲ ll


 ଉତ୍ସବ ପାଳନ   ସରାଗ ମିଳନ

   ଗୀତ ଵାଦ୍ୟେ ନାଚ ପାଲା

ରାଧା କୃଷ୍ଣ ପ୍ରେମ   ଶାଶ୍ୱତ ଦର୍ଶନ

   ଦୋଳ ପରବର ଲୀଳା ll


ରଙ୍ଗ ମାରି ଦେହେ  ଶୀତ ମଳି ଧୋଏ 

   ପରମ୍ପରା ଖେଳ ହୋଲି

ଗୋପାଳ ଜାତିର   ପୂଣ୍ୟ ଐତିହ୍ୟର

   ଲଉଡ଼ି ଖେଳରେ ମେଳି ll


ଫଗୁଣ ପୂର୍ଣ୍ଣିମା    ଆନନ୍ଦରେ ଭରା

    ପ୍ରଭୁ ଯେ ବିମାନେ ଝୁଲେ

ନୂତନ ବରଷ   ପଞ୍ଜିକା ପ୍ରକାଶ

    ପ୍ରକୃତିର ମହାକୋଳେ ll


ନବ ପଲ୍ଲବୀତ    ଆମ୍ବର ସୁଆଦ

    ପ୍ରସ୍ଫୁଟିତ ନାନା ଫୁଲ

ଦର୍ଶନ ପୃଥିବୀ   ପ୍ରଭୁଯେ କରନ୍ତି

    ପ୍ରକୃତି ପୁରୁଷ ମେଳ ll

 

ହୋଲିକା ଦହନ  ମେର୍ଦ୍ଧାସୁର ହତ

   ପାପ ହ୍ରାସ ଧରା ହେଲା 

କାମ ଦହନରେ  ଶିବଙ୍କ କୋପରେ

    କାମଦେବ ଭସ୍ମ ଗଲା ll


ଜନ୍ମ କାର୍ତ୍ତିକେୟ   ପୁରାଣ ବିଷୟ

    ଈଶ୍ୱର ନିର୍ଦ୍ଦେଶ ଥିଲା

ତାରକା ଅସୁର   ପାଇଁକି ନିଧନ

    ଅଲୌକିକ ହୋଇଥିଲା ll


ଶିବ ବିଷ୍ଣୁ ଭକ୍ତ   ସର୍ବେ ଆନନ୍ଦିତ

   ହୋଲିରେ ଅବିର ଖେଳେ

ବିଜୟ ଉତ୍ସବ  ବିନା ଅଂହ ଗର୍ବ

   ସାଙ୍ଗ ସାଥି ବନ୍ଧୁ ମେଳେ ll


ଆଜିର ସ୍ମାରକୀ  ଜଗନ୍ନାଥ ସ୍ୱାମୀ

    ପୁରୀରେ ଚାଚେରୀ ଲୀଳା

ଚାଚେରୀର ବେଶେ  ଦୋଳେ କରି ବିଜେ

    ଦର୍ଶନ ଦିଅନ୍ତି ଭଲା ll


ପାର୍ବତୀ  ଶଙ୍କର  ରାଧାକୃଷ୍ଣଙ୍କର

   ପୁରେ ପୁରେ ଯାତ୍ରା ଦୋଳ

ଭୋଗଯେ ଆରିସା  କୋରା ଖଇ ଗଜା

    ଘଣ୍ଟ ଘଣ୍ଟା ବାଜେ ଖୋଳ ll

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational