STORYMIRROR

Sunanda Mohanty

Action Thriller

3  

Sunanda Mohanty

Action Thriller

ଦୋଳ ଚତୁର୍ଦଶୀ

ଦୋଳ ଚତୁର୍ଦଶୀ

1 min
181

 ଭକ୍ତି ଭାବର ମକରନ୍ଦ 

ସଭିଙ୍କ ମନ ହୃଦୟ ଆନନ୍ଦ 

ଦେଖି ଦୋଳ ଦୋଳାରେ ଆଦିକନ୍ଦ 

ପଂକ୍ତି ନୈବେଦ୍ୟରେ ନିରାନନ୍ଦ 

ଭୋଗରେ ଭୋଗୀ ରସାନନ୍ଦ 

ବହେ ଫୁଗୁଣେ ଚୋରା ସମୀରଣ ମନ୍ଦ 

ସଂସ୍କୃତି ପରମ୍ପରାର ନିନାଦ 

ପରଂବ୍ରହ୍ମଙ୍କୁ ଭେଦିବାକୁ କିଏ ସମାସ୍କନ୍ଦ 

ଭାଗବତ ଗୀତା ବେଦରେ ଆନନ୍ଦ 

ଭଗବାନ ଭଗବତ ସଚ୍ଚିଦାନନ୍ଦ 

ମଣିଷ ଭକ୍ତିରେ ଭକ୍ତ ବୋଲାଇ ଉନ୍ମାଦ 

ସ୍ରଷ୍ଟା ସୃଷ୍ଟିର ଏକମାତ୍ର ପରମାନନ୍ଦ 

ପ୍ରସାରୀ କୈବଲ୍ୟ ପ୍ରସାଦେ ଆନନ୍ଦ 

ଧୂପ ଦୀପ ଝୁଣାର ସୁଗନ୍ଧ 

ଦୋଳ ବିମାନେ ଶିବାନନ୍ଦ 

କୃଷ୍ଣ ଆସନ୍ତି ଝୁଲି ହସି ମନ୍ଦ ମନ୍ଦ 

ଚତୁର୍ଦଶୀର ଅମାପ ଆନନ୍ଦ 

ଜୋଡହସ୍ତେ ଦିଅ ଆଶୀର୍ବାଦ ମହାନନ୍ଦ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action