STORYMIRROR

Puspanjali Panda

Abstract Others

3  

Puspanjali Panda

Abstract Others

ଦୋଛକି

ଦୋଛକି

1 min
237

ଜୀବନ ରାସ୍ତା ଦି ଭାଗ ହେଇ 

ଆଗକୁ ବଢିଚାଲିଛି

ଜମା ଜଣାପଡିଲାନି।

ସମୟ ବି ଏଠି ଦୋଛକି ରେ ଛିଡା

ସବୁ ବଦଳିଗଲାଣି।

ପଖାଳ କଂସା ରେ ଆମ୍ବ କଷି ବାସ୍ନା 

ଥରୁଟେ ଦେଖା ମିଳୁନି

ଗାଁରୁ ସହର ସହରରୁ ଗାଁ

ଜୀବଣ ଫେଣ୍ଟି ହେଲାଣି।

ଧାନ ଉଷାଁ ହାଣ୍ଡି ହାତନଳୀ ପିଠା

ଭୂଲି ତ ଗଲାଣି ମନୁ

ପିଢା ମଥାନର କଖାରୁ ଡ଼ଙ୍କର 

ବାଡ଼ି ପଟ ଲଙ୍କା ଧନୁ

ସବାଶେଷରେ ବୋଉ ଖାଉଥିବା

ରସୁଣ ଚକଟା ଭାତ

ହଳ ଲଙ୍ଗଳରେ ଚଷା ଭାଈ କଣ୍ଠେ

ପାଚିଲା ଧାନର କ୍ଷେତ

ଦୋ ଛକିରେ ଏବେ ଜୀବନ ଯେ ଠିଆ

ପଛକୁ ଫେରି ପାରୁନି

ଆଗକୁ ଆଗକୁ ମାଡ଼ି ଚାଲିଲେ ବି

ମନ ଭିତର ମାନୁନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract