STORYMIRROR

Kali Kumar

Romance Classics

3  

Kali Kumar

Romance Classics

ଦ୍ଵନ୍ଦ୍ୱ

ଦ୍ଵନ୍ଦ୍ୱ

1 min
201

ଏକ ଅନିଶ୍ଚିତ ଦ୍ଵନ୍ଦ୍ୱର ସମାପ୍ତି ପରେ

ବାକି ଆଉ କଣ ରହିଯାଏ !!

ଅବସାଦ, ବିଷାଦ, ଅବଶୋଶ

ନା, ଆହୁରି କିଛି

ଅନିଶ୍ଚିତ ଦିଗବଳୟର ଦ୍ୱାର

ଆପଣା ଛାଏଁ ଲମ୍ବି ହୋଇଯାଏ ।।


ଆକାଶ ମାଟିକୁ ଛୁଇଁଲା ଛୁଇଁଲା

ପରି ଲାଗେ, ସେଉଠୁ ପୁଣି ଦୂରତା

ବଢ଼ି ବଢ଼ି ଯାଏ, ଝାଉଁ ଗଛ ଶୂନ୍ୟତାକୁ

ତା' ନିଃସଙ୍ଗତାର କାହାଣୀ ଶୁଣାଏ

ପୁନଃ ଆକାଶ ମାଟିକୁ ଛୁଇଁବାର

ପ୍ରତିଯୋଗିତା ଆରମ୍ଭ ହୁଏ,

ଅନିଶ୍ଚିତ ଦିଗବଳୟର ଦ୍ୱାର

ଆପଣା ଛାଏଁ ପୁଣି ଲମ୍ବି ହୋଇଯାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance