STORYMIRROR

Prasanna Kumar Das

Abstract

3  

Prasanna Kumar Das

Abstract

ଦନାର ମାଝୀ

ଦନାର ମାଝୀ

1 min
248


ମାନବ ଜାତିର ସ୍ବଭାବ ଧର୍ମ

ଅଭାବ ହେଲାଣି ଶୁଭ ଚିନ୍ତନ,

ଭୁଲିଗଲେ ଦୟା ଧର୍ମର ମୂଳ

ଈର୍ଷା ଦ୍ୱେଷ ହେଲା ପ୍ରବଳ।

ନାହିଁ ସହଯୋଗ ଭାବ,

'ଦନାର ମାଝୀ'ର ଦୁର୍ଦ୍ଦଶା ପରାୟ

ସର୍ବତ୍ର ହୁଏ ସମ୍ଭବ ।।


ଗାଁ ଗହଳିରେ ହେଲେ ମରଣ

କୁତ୍ସିତ ସ୍ବଭାବେ ପୋଷିତ ଜନ,

ମାଲ ଭାଇ ହୋଇ କହନ୍ତି ଆସି

ଦି ବୋତଲ ମଦ ଦିଅ ପରଷି ।

ତେବେ ମଡ଼ା ଟେକି ନେବୁ,

ଅନ୍ୟଥା ଦନାର ମାଝୀ ପ୍ରାୟ କର

ଆମ ବାଟେ ଫେରି ଯିବୁ ।।


ଡାକ୍ତରଖାନାରେ ଉତ୍କୋଚ ଲୋଡ଼ା

ଶବବାହୀ ଗାଡ଼ି ଲୋଡ଼ଇ ଭଡା,

ମଶାଣିରେ ଧର୍ମ ଗୋଷ୍ଠୀ ବିବାଦ

ସମାଜରୁ ନ୍ୟାୟ ନୀତି ବିଚ୍ଛେଦ

ଏ କି ମାନବ ସଭ୍ୟତା,

ପଶୁଠାରୁ ହୀନ କରେ ଆଚରଣ

ଭୁଲିଯାଏ ମାନବତା ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract