STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଦମ୍ଭ ଦରକାର

ଦମ୍ଭ ଦରକାର

1 min
175


ସରୁଡାଳେ ବସି ଚଢେଇଟି କେବେ ଭାବେନାହିଁ ଭାଙ୍ଗିଯିବ,

ଯଦି ଭାଙ୍ଗିଯାଏ ଉଡ଼ି ଚାଲିଯିବି ତା' ମନରେ ଥାଏ ଦମ୍ଭ ।


ସାଗର ଜଳରେ ମୀନ ଖେଳୁଥାଏ ଭାବେନା କେ' ଯିବଖାଇ,

ଯଦି କେହି କେବେ ଆକ୍ରମଣ କରେ ଖସି ଚାଲିଯିବି ମୁହିଁ ।


ଆକାଶରେ ଉଡ଼େ ବାଜପକ୍ଷୀ ସିନା ନଜର ମାଟିରେ ଥାଏ,

ଜାଣେ କଉଶଳ ଶିକାରକୁ ଧରି ଆକାଶକୁ ଟେକିନିଏ ।


କୁକୁର ଛୁଆ କି ବିଲେଇ ଛୁଆଟି ଜାଣେ ସିଏ ଅସହାୟ,

ତଥାପି ଶତ୍ରୁକୁ କାମୁଡ଼ି ଗୋଡ଼ାଏ ନରଖି ମନରେ ଭୟ ।


ଟିକି ବାଛୁରୀଟି ଜାଣିଛି ସେ ଶିଶୁ ତଥାପି ମାରୁଛି ଡିଆଁ,

ଅଣ୍ଡାରୁ ବାହାରି ଦାନା ଖୁଣ୍ଟିଖାଏ ବକଟେ କୁକୁଡ଼ା ଚିଆଁ ।


ଚାଳଘର କେବେ ଭାବି ନଥାଏ ସେ ପବନରେ ଯିବ ଉଡ଼ି,

ଆସିଲେ ବତାଂଶ ସହିଯିବି ଜାଣେ ବଟା ରଖିଥିବ ଭିଡ଼ି ।


ପ୍ରକୃତି ଆମକୁ ଶିଖାଏ ଏକଥା ମଣିଷ ଶିଖେନା କିଛି,

କାମ ଆରମ୍ଭରୁ ବିଶ୍ଵାସ ହରେଇ କହୁଛି ବିପଦ ଅଛି ।



Rate this content
Log in

Similar oriya poem from Classics