STORYMIRROR

Sarada Parida

Inspirational

2  

Sarada Parida

Inspirational

ଦ୍ଵିତୀୟ କୋଣାର୍କ

ଦ୍ଵିତୀୟ କୋଣାର୍କ

1 min
13K


ଶୁଣିଥିଲି ଯାହା କର୍ଣ୍ଣ ପଟଳରେ

ପାଇଲିନି ତାହା ଖୋଜି

ହେ ପ୍ରିୟ କୋଣାର୍କ

କାହିଁ ତୋ ସୌନ୍ଦର୍ଯ୍ୟ

କେଉଁଠି ଯାଇଛି ହଜି ।

କିଏସେ ବାନ୍ଧିଛି ଲୌହ ଶିକୁଳିରେ

ରୂପ କରି କଦାକାର

ସମନ କି ଆଉ

ବାଦ ଆସି କରେ

ନେବା ପାଇଁ ତାର ପୁର ।

ହେ ପ୍ରିୟ କୋଣାର୍କ କେଉଁଠାରେ ଅଛି

ତୋର ସେ ଶୀତଳ ଛାଇ

ଆଶିନରେ ଲାଗେ

ବୈଶାଖର ତାତି

ସତେ କି ଏ ମରୁଭୂଇଁ ।

ଉତ୍ତପ୍ତ ବାଲିର ଚିତାରେ ଶୋଇଛୁ

ଲୌହ ଶିକୁଳିରେ ବସ

ଅପେକ୍ଷା କରିଛୁ

କେଉଁ ମୁହୂର୍ତ୍ତକୁ

ଛାଡ଼ିବୁ ଶେଷ ନିଶ୍ଵାସ ।

ଗଢାଇଲା କିଏ ଗଢିଥିଲେ କିଏ 

ତା’ର ତୁ ତ ମୁକ ସାକ୍ଷୀ

ବୀର ଓଡିଆର

କଳାର ସ୍ଵାକ୍ଷର

କହିବୁ କି ଆଉ

ତୁ ତ ଲୌହ ପାଶେ ହେଲୁ ବନ୍ଦୀ ।

ଧିକରେ ଶାସକ

ଧିକ ଶିଳ୍ପୀସୁତ

ଧିକରେ ଓଡିଆ ବାସୀ

କେତେଦିନ ଆଉ ଖାଇବୁ ବହପ

ଲୌହ ପାଶେ କରି ବନ୍ଦୀ ।

ମରିଲା ସୃଜନୀ

ମଲା କି କଳ୍ପନା

ମରିଲା କି ଇଚ୍ଛା ତୋର

ନିହାଣର ମୁନ ଦୁର୍ବଳ କି ହେଲା

ଅଭାବ କି ସମ୍ପଦର ।

ଯେ ଜାତି ଔରଷେ

ଜାତ ହୋଇ ତୁହି

ଖଟାଉ ବହପ ଏତେ

ଗଢିଛୁ ତୁ କାହିଁ କହରେ କିରତ୍ତି

ଉତ୍ତର ପିଢୀର ସୃତେ

ପାରିବୁ ତୁ ଯଦି ଉଠାରେ ନିହାଣ

କରିଦେ କିରତ୍ତି ଆଜି

ଜନ୍ମ ନେଉ ପୁଣି ଦ୍ଵିତୀୟ କୋଣାର୍କ

ମୁକ୍ତ ହୋଇ ଲୌହ ବନ୍ଦୀ । ଶାରଦା ପ୍ରସାଦ ପରିଡା

ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational