STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Romance

3  

ପ୍ରିୟଦର୍ଶିନୀ ମହାନ୍ତି

Romance

ଦିଶିଯାଏ ତୁମ ଛବି

ଦିଶିଯାଏ ତୁମ ଛବି

1 min
429

ସାଗରର ତରଙ୍ଗାୟୀତ,

ନୀଳ ଉର୍ମିମାଳେ...

ଦିଶିଯାଏ ତୁମ ଛବି।


ଲାଜୁଆ ଜହ୍ନର,

ଶୀତଳ ଜୋଛନାରେ..

ଝଲସିଉଠେ ତୁମ ଛବି।


ଶୀତୁଆ ସକାଳର,

କାକର ବିନ୍ଦୁରେ..

ଦୃଶ୍ୟମାନ ତୁମ ଛବି।


ବର୍ଷା ଜଳବିନ୍ଦୁ,

ସିକ୍ତ କଲେ ଧରଣୀ ବୁକୁ..

ଦିଶିଯାଏ ତୁମ ଛବି।


ଆକାଶ ଛାତିରେ,

ଇନ୍ଦ୍ରଧନୁ ଦେହେ...

ଦିଶେ ଖାଲି ତୁମ ଛବି।


କାନଭାସର,

ସଫେଦ ପୃଷ୍ଠାରେ...

ଦିଶିଯାଏ ତୁମ ଛବି।


ଅସ୍ତଗାମୀ ସୂର୍ଯ୍ୟର,

ଲୋହିତ ରଶ୍ମିରେ...

ନାଚିଉଠେ ତୁମ ଛବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance