STORYMIRROR

KRUTIBAS NAYAK

Inspirational Others

3  

KRUTIBAS NAYAK

Inspirational Others

ଦୀର୍ଘଜୀବନ ଲୋଡ଼ା ନାହିଁ

ଦୀର୍ଘଜୀବନ ଲୋଡ଼ା ନାହିଁ

1 min
232


ଦୀର୍ଘ ଜୀବନ ଲୋଡ଼ାନାହିଁ ମୋ ଜୀବନ ବଡ଼ହେଉ,

ଅଳପ କାମହେଉ ପଛକେ ସରସ ହେଇଥାଉ |


ଦ୍ଵିତୀୟାଚାନ୍ଦ ହେଉ ପଛକେ ଆକାଶ ସଫାଥାଉ,

ମେଘ ଢାଙ୍କିଲେ କି ଲାଭହେବ ପୂର୍ଣ୍ଣିମା ହେଲେହେଉ |


ସୁଖ ସଂଧାନେ ରହିଲେ ମନ ଦୁଃଖ ମିଳିବ ବେଶି,

ଭାଗ୍ୟ ଉପରେ ନିର୍ଭର କଲେ ସେମିତି ଥିବା ବସି |


ମୋ ନାମରହୁ ଇତିହାସରେ ଯାହାର ଲକ୍ଷ୍ୟଥାଏ,

ତା' ନାମ କେବେ ଲେଖା ଯାଏନା ଏକଥା ମିଥ୍ୟା ନୁହେଁ |


ନିଜର ଦୁଃଖ ଅଭାବ କହି ମଣିଷ ଛୋଟହୁଏ,

ସୁଯୋଗ ଦେଖି ଶୁଣିବାଲୋକ ମାନ-ମହତ ନିଏ |


ସିଏ ଖାଉଛି ନେଇଯାଉଛି ହେଉନି ତା'ର କ୍ଷତି,

ଏହି କଥାକୁ ଭାବିବ ଯିଏ ବଦଳିବ ତା' ନୀତି |


ଦୋଳିର ପଟା ଯେତେ ବେଗରେ ପଛକୁ ଯାଇଥାଏ,

ସେହି ବେଗରେ ଆଗକୁ ଆସେ ସୁଖ-ଦୁଃଖର ପ୍ରାୟେ ।



Rate this content
Log in

Similar oriya poem from Inspirational