STORYMIRROR

puspalata samantary

Abstract

2  

puspalata samantary

Abstract

ଦୀର୍ଘ ଶ୍ୱାସ

ଦୀର୍ଘ ଶ୍ୱାସ

1 min
126

କେଡେ ଉତ୍ତପ୍ତ ଏ ଜୀବନ ଯାତନା

ମଣିଷ ଭାଗ୍ୟରେ ଲେଖା,

କେତେ ଆରାଧନା ଈଶ୍ୱର ସାଧନା

ନ ତୁଟାଏ ଭାଗ୍ୟ ଲେଖା

ଅଖଣ୍ଡ ବିଶ୍ବାସ ହୁଏ ଦୀର୍ଘଶ୍ବାସ

ଲିଭିଯାଏ ଦୀପଶିଖା,

ଭଙ୍ଗା ତୁଟା ହୁଆ ହୃଦୟ ମନ୍ଦିରେ

ଦେବତାଙ୍କ ନାହିଁ ଦେଖା

କାହିଁ କେତେ ଦୂରେ ହଜିଯାଇ ଅଛି

ମଧୁଭରା ସେ ଅତୀତ,

ଆଖି ପାଉନାହିଁ ଧରିହେଉନାହିଁ

ଶୂନ୍ୟେ ପ୍ରସାରିତ ହସ୍ତ

କେଡେ ନିରୁପାୟେ ନିରୁପିତ ଅଟେ

ଏହି ନଶ୍ୱର ଶରୀର,

ନିୟତି ରଜ୍ଜୁ ରେ ଶକ୍ତଭାବେ ବନ୍ଧା

ହସ୍ତ ପଦ ଦ୍ୱୟ ତାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract