STORYMIRROR

Shiba Charan Mahapatra

Inspirational

3  

Shiba Charan Mahapatra

Inspirational

ଦୀପଟିଏ

ଦୀପଟିଏ

1 min
260


ବିଦଗ୍ଧ ଶରୀରେ ଜଳେ ସେ ସଳୀତା 

ଅନ୍ତରରେ ହସୁଥାଏ 

ଜଳିବାର ସୁଖ ବୁଝେ ବୋଲି ସିନା

ଜଳୁଥାଏ ଶେଷ ଯାଏ..!


ଜୀବନଟା ତାର ଅନ୍ୟ ଖୁସି ପାଇଁ  

ଜଳୁ ଜଳୁ କହିଦିଏ

(ହେଲେ)ଘିଅ ଦୀପ ଦେଖି ଦୁନିଆଟା କହେ

ଦୀପ ଜଳେ ଦେଖ ହାଏ..!


ଆନ ଖୁସି ପାଇଁ ଜଳିପାରେ ଜିଏ

ପୂଣ୍ୟ ତା ମହତ କର୍ମ 

ଜଗତ କଲ୍ୟାଣେ ଜୀବନ ସାରିବା

ଜୀବନର ଶ୍ରେଷ୍ଠ ଧର୍ମ..!


ଏ ଶୁଭ ଲଗନେ ନିଅ ସେ ଶପଥ

ପର ସୁଖେ ସୁଖି ହେବ

ପର ଦୁଃଖ ଦେଖି ହୃଦୟ ନୟନେ 

ସାନ୍ତ୍ବନା ବାରି ଝାରିବ..!


ଜୀବନଟା ତୁମ ଦୀପ ଶିଖା ସମ

ଅନ୍ଧାର ଦୂରେଇ ଦେଉ

ବଳକା ଆୟୁଷେ ଭଲ କର୍ମ ତୁମ

ପାଦଚିହ୍ନ ଛାଡି ଯାଉ..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational