Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmoyee Mohanty

Classics

3  

Jyotirmoyee Mohanty

Classics

ଦୀପାବଳୀ

ଦୀପାବଳୀ

1 min
240



କାହିଁ ଶୁଭୁନାହିଁ ତ ଆତସବାଜିର 

ସେ ମେଦିନୀ ପ୍ରକମ୍ପିତ ନାଦ 

କି ଜଳୁନି ରୋଷଣୀ 

ଶୁଭାଯାଉନି ଲୋକଙ୍କର 

ହୋ -ହାଲ୍ଲା ଖୁସି କଳରବ,  

ଦଳଗତ ଭାବେ ଦୀପାବଳୀର 

ମଜ଼ା ଉପଭୋଗ କରିବା l 


ନିରବେଇ ଯାଇଛି ଯେମିତିକି 

ଆଜିର ଏ ଶୁଭ ଦୀପାବଳୀର ମୁହୂର୍ତ୍ତ 

ସବୁକିଛି ଆଜି ନିରବ ନିଥର, 

ଜଳୁଛି ତ କେବଳ 

ନିଷ୍ପ୍ରଭ ଦୀପାଳୀ l 

 

କାହା ମୁହଁ ରେ ହସ ଅଛି 

ଆଜି କୁହତ? 

କରୋନାର କଷlଘାତରେ

କି ବେକାରିଆ କି ଚାକିରିଆ 

କି ବ୍ୟବସାୟୀ କି ଦିନମଜୁରିଆ 

କି ସରକାର କି ବେସରକାର 

ଦରିଦ୍ର ଠାରୁ ଧନୀ ଯାଏଁ 

ସମସ୍ତେ ପରା ଆଘାତ l 


କି ଦେଇ ସ୍ୱାଗତ କରିବୁ ହେ 

ଜଗତ ଜନନୀ ତୁ ମହାମାୟୀ 

ଜଗଦମ୍ବା ତୁ ଦୟାମୟୀ  

ଆଜିର ଏ ନିଷ୍ପ୍ରଭ ଦୀପାବଳୀରେ l


ଘମାଘୋଟ କରୋନା ତିମିସାର 

ବୁକୁଚିରି ଆସ ହେ ମାଆ 

ଅସତ୍ୟ ରେ ସତ୍ୟର ଆଉ 

ଅଧର୍ମରେ ଧର୍ମରଜୟ କରି 

କରୋନା କବଳିତ ଏ ବିଶ୍ୱକୁ  

ମୁକ୍ତିକର ମୁକ୍ତିକର l 


ଏ ଶୁଭ ଦୀପାବଳୀରେ 

ଏତିକି ମୀନତି l 



Rate this content
Log in