STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ଦୀପାବଳୀ

ଦୀପାବଳୀ

1 min
277

     


ଆଲୋକର ପର୍ବ ଦେବ ଦୀପାବଳୀ

ଆସ ସର୍ବେ ଜ୍ଞାନ ଦୀପ ଦେବା ଜାଳି !!


ତ୍ରେତୟାରେ ରାମଚନ୍ଦ୍ର ଲକ୍ଷ୍ମଣଙ୍କ ସାଥେ

ବନବାସ ସାରି ସୀତା ମାତାଙ୍କ ସଙ୍ଗତେ!!


ଅଯୋଧ୍ୟା ଦିଶଇ ଯେହ୍ନେ ତାରା ଫୁଲ ମଧ୍ୟେ

ଆନନ୍ଦ ପୁର ନଗରୀ ତୂରୀ ଭେରୀର ଶବଦେ !!


ମର୍ତ୍ତ୍ୟ ମଣ୍ଡଳରେ ନର ପୟା ଶ୍ରାଦ୍ଧ କରେ ଦାନ

ପୂର୍ବ ପୁରୁଷ ସମ୍ମାନ ଓଡ଼ିଆ ସଂସ୍କୃତି ମହାନ !!


ଅଜ୍ଞାନରୁ ଦିବ୍ୟ ଜ୍ଞାନ ପ୍ରଭୁ ହେ ଦେଖାଅ ପଥ

ତିମିର ହୋଇବ ଦୂର ବର୍ତ୍ତିକା ଦେବା ଜଳାଇ !!


ଆକାଶର ଛାତି ପରେ ତାର ଫୁଲ ଯେପରି

ସଂସାର ଅଗଣା ଆଲୋକିତ ହେଉ ସେପରି !!


ପିତା ମାତା ଦେବାଶିଷ ରହୁ ସବୁ ଜନ ପରେ

ସଦା ଶାନ୍ତି ସେବା ଶ୍ରଦ୍ଧା ବିରାଜୁ ସବୁ ହୃଦରେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational