ଦୀପାବଳୀ
ଦୀପାବଳୀ
ଆଜି ଦୀପାବଳୀ
ଆଲୋକ ଉତ୍ସବ
ଉଲ୍ଲାସ କୁହୁକ ରାତି l
ଦୀପାଳି ଜାଳୁଛି
ତମ ପାଇଁ ପ୍ରିୟ
ପରାଣେ ସଳିତା ପ୍ରୀତି l
ଅଲୋକ ଲଗନେ
ମନାଉଛି ବଂଧୁ
ତମ ସୋହାଗ ଆଲୋକ ଝରୁ l
ଚିର ଅଂଧକାର
ଅନ୍ତରେ ମୋର
ସହସ୍ର ଦୀପାଳି ଜଳୁ l
ତମ ବକ୍ଷଲଗ୍ନା
ଝୁରା ଅଳସ ମାଦକେ
ଉଠେ ମୁଁ ମାତି l
ଆଜି ଦୀପାବଳୀ
ଆଲୋକ ଉତ୍ସବ
ଉଲ୍ଲାସ କୁହୁକ ରାତି l
