STORYMIRROR

Nrusingha Narayan Tripathy

Inspirational Others Children

4  

Nrusingha Narayan Tripathy

Inspirational Others Children

ଦୀପାବଳୀ

ଦୀପାବଳୀ

1 min
209


ଆଲୋକର ପର୍ବ ଦୀପାବଳୀ ଅଟେ

ଦୀପ ବାଣ ସମାହାର

ନୂଆ ବସ୍ତ୍ର ପିନ୍ଧି ଦୀପ ଜଳା ହୁଏ

ପୂର୍ବଜଙ୍କ ମୁକ୍ତିର ll


ଅନ୍ଧାର ଉପରେ ଆଲୋକର ଜୟ

ଦୀପଯେ ସଦୃଶ ମାତ୍ର

ଆନ୍ତରର କଳା ଗୁଣ କୁ ଛାଡିକି

ଆପଣାଏ ସତ୍ୟ ମନ୍ତ୍ର ll


କ୍ଷୁଦ୍ର ଏକ ଦୀପ କରେ ଦୂରୀଭୂତ

ଅନ୍ଧକାର କାଳିମାକୁ

ଜ୍ଞାନର ଦୀପକୁ ପ୍ରଜ୍ଜ୍ୱଳିତ କର

ପାଇଯିବ ସନ୍ତୋଷକୁ ll


ଦୀପ ଅଟେ ଜୟ ବିଜୟ ସଂକେତ

ଦେବଙ୍କ ପାଖରେ ବସେ

ଶୁଭା ଶୁଭ କର୍ମ ଆରମ୍ଭ ସମୟେ

ଘିଅ ଦୀପ ଲାଗିଥାଏ ll


ବିଜୟ ଉତ୍ସବ ପାଳିଲା ଅଯୋଧ୍ୟା

ରାମଚନ୍ଦ୍ର ଲଙ୍କା ଜୟ

ଅଧର୍ମ ଉପରେ ଧର୍ମ ର ବିଜୟ

ବାଜା ବାଣେ ପାଳନୀୟ ll


ପାଇକ ପୁଅର ଖଣ୍ଡାପୂଜା ହୁଏ

ପରିଚୟ ବିରତ୍ୱର

କାଳୀ ପୂଜା କରି ଯୁଦ୍ଧ ବିଦ୍ୟା ଶିଖେ

ପ୍ରଥାସବୁ ଅତୀତର ll


ଏବେ ଦୀପାବଳୀ ବାଣର ପ୍ରସ୍ତୁତି

ପ୍ରତିଯୋଗୀ ଗ୍ରାମେ ଗ୍ରାମେ

ଶବ୍ଦ ଓ ବାୟୁର ପ୍ରଦୂଷିତ କରେ

ପାଳି ଦୀପାବଳୀ ନାମେ ll


ଦୀପ ବାଜା ବାଣେ ପାଳ ଦୀପାବଳୀ 

ପୂର୍ବଜଙ୍କ ଗୁଣଗାନ

ଅଭୁଲା ସ୍ମୃତିର ଅତୀତ ସଂସ୍କୃତି

ମନରେ କର ଗାୟନ ll


ମନର ଦୀପ ରେ ବିବେକର ଘିଅ

ରଖ ଜ୍ଞାନ ର ସଳିତା

ଶୁଦ୍ଧ ପୁତ ମନେ ପ୍ରଜ୍ଜ୍ୱଳନ କର

ଆସିବ ମାନବିକତା ll


ସ୍ୱାର୍ଥ ନିନ୍ଦା ଘୃଣା କର୍ମକୁ ଆହୁତି

ଦୀପାବଳୀ ରେ କରିବା

ସେନହ ମମତା ପ୍ରସାର କରିକି

ଆନନ୍ଦେ ସର୍ବେ ରହିବା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational