STORYMIRROR

Sukadev Mahanta

Inspirational

4  

Sukadev Mahanta

Inspirational

ଦୀପାବଳୀ

ଦୀପାବଳୀ

1 min
177


ଆସିଛି ଏ ସନ   ଆଲୋକର ପର୍ବ


   ପବିତ୍ର ଦୀପାବଳୀ


ନିର୍ବାଣ କରିଣ      ଜାଳିବା ଦିପାଳି


   ଭକ୍ତିରେ ପୂଜିବା କାଳୀ ।।



ତେଜୋଦିପ୍ତ ହୋଇ   ଦିପାଳି ଆଲୋକେ


    ଅଜ୍ଞାନ ଅନ୍ଧାର ନାଶି


ଦିପାଳି ଶିଖାରେ    ଜଳି ନାଶ ଯାଉ 

   କରୋନା ଦାନବ ଆସି ।।



ବାରୁଦର ଗନ୍ଧ    ତାହାର ଧୂଆଁରୁ 

   ପରିବେଶ ହେଉ ମୁକ୍ତ


ବିନା ପ୍ରଦୂଷଣେ    ଦୀପାଳି ଆଲୋକେ


    କାଳୀଙ୍କୁ ପୂଜହେ ଭକ୍ତ! 



ଭକତିର ଭରେ    ପୂଜିବା ମା' କାଳୀ

    ଭୋଗ ରାଗ ସବୁ ଦେଇ


ବଳି ପ୍ରଥା ଆମେ    ପରିହାର କରି 

   ପ୍ରଦୀପ ଜାଳିବା ନେଇ ।।



ତେଜୋଦୀପ୍ତି ସେହି   ପ୍ରଦୀପ ଶିଖାରେ

    ହିଂସା ଦ୍ବେଷ ଦେବା ଜାଳି


ଭ୍ରାତୃ ପ୍ରେମ ବହ୍ନି    ପ୍ରଜ୍ଜ୍ୱଳିତ କରି 


  ଜ୍ଞାନାଲୋକ ଦେବା ଜାଳି ।।



ଯେତେ କୁସଂସ୍କାର   ଅନ୍ଧ ବିଶ୍ବାସକୁ

   ଦୀପଶିଖା ଦେଉ ଜାଳି 


ସତ୍ୟ ନ୍ୟାୟ ଧର୍ମ   ତେଜୋଦୀପ୍ତ ହେଉ

  ଅଧର୍ମ ଦୁର୍ନୀତି ଜାଳି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational