STORYMIRROR

Dr. Rajib Lochan Panigrahy

Classics Fantasy Inspirational

3  

Dr. Rajib Lochan Panigrahy

Classics Fantasy Inspirational

ଦୀପାବଳୀ

ଦୀପାବଳୀ

1 min
163

ଦୀପାବଳୀ ଅଟେ ଆଲୋକର ପର୍ବ

ଆମ ପରମ୍ପରା ଆମ ଗୌତବ

ଦୀପାବଳୀ ଅଟେ ସତ୍ୟର ଜୟ

ଅନ୍ଧାର ଉପରେ ଆଲୋକ ସମ୍ଭାର

ଗାଁ ରୁ ସହର ସବୁ ଆଲୋକିତ

ନାନା ଜାତି ଆଲୁଅରେ ଧରା ଶୋଭିତ

ପିତୃ ପୁରୁଷଙ୍କୁ ଆଲୋକ ବର୍ତ୍ତିକା

ଦେଖାଉ ଆମେ ଯିବାକୁ ସରଗ

ଆସିଥିଲେ ସେମାନେ ଅଶ୍ୱିନ ମାସରେ

ଏବେ ଯିବେ ନିଜ ଧାମେ ଆଲୁଅରେ

ଶ୍ରାଦ୍ଧ ଦିଆଯାଏ ଏ ଦିନ ପୂର୍ବଜଙ୍କୁ

ନୈବେଦ୍ୟ ଦିଆଯାଏ ସପତ ଋଷିଙ୍କୁ

ଦୀପଦାନ ହୁଏ ସବୁ ଦେବାଦେବୀଙ୍କୁ

ବନ୍ଧୁ ବାନ୍ଧବ ମିଶାଇ ଦେଖାନ୍ତି ଆଲୋକ

ବଡ଼ବଡୁଏ ଯିବେ ନିଜ ନିଜ ଧାମ

ପୁଣି ଆସିବେ ଘରକୁ ଆର ବରଷକୁ

ସେତେବେଳ ଯାଏଁ ଆମେ ଜଗିରହିଥିବୁ

ଅମାବାସ୍ୟା ଅନ୍ଧକାରେ ଆଲୋକ ଦୀପ

ସୂଚାଏ ସଭିଙ୍କୁ ଅନ୍ଧାର ଉପରେ ବିଜୟ

କଳା ଅନ୍ଧକାର ଅଟେ ଅସୁର ସମ

ଆଲୋକ ବର୍ତ୍ତିକା ଅଟେ ପ୍ରଭୁ ରାମଚନ୍ଦ୍ର

ଅସୁର ସଂହାରୀ ସେ ଉଦ୍ଧାରିଲେ ସୀତାଙ୍କୁ

ସୀତା ମାଆ ଜାଳିଥିଲେ ଲଙ୍କାରେ ଦୀପ

ଆଜିର ଦିବସେ ରାମଚନ୍ଦ୍ର ଛାଡିଥିଲେ ଲଙ୍କା

ଅନ୍ଧାର ଅପସରି ଜାଳିଥିଲେ ଆଲୋକ

କୁହାଯାଏ ଦ୍ୱାପରରେ ନରକାଶୁର

ବଦ୍ଧ ହୋଇଥିଲା ଏହି ଦିନ 

ମାଆ କାଳୀଙ୍କ ପୂଜା ହୁଏ ଏହି ଦିନ

ଦଶହରା ର ଦୁର୍ଗା ପୂଜା ଯେତିକି ପୁଣ୍ୟ

ଦୀପାବଳୀ କାଳୀ ପୂଜା ସେତିକି ମହାନ

ଚାଷୀ ଭାଇର କ୍ଷେତ ଏବେ ଭରିଛି ଧାନ

ଉଚ୍ଚାଟ ହୋଇଛି ଏବେ ଚାଷୀଙ୍କ ମନ

ମାଆ ଲଷ୍ମୀ ଏବେ ଉଭା ହୋଇଛନ୍ତି

ଆଉ କିଛିଦିନରେ ଭରିବ ଘର

ବରଷା ଦିନିଆ ଯେତେ ପୋକ ଜୋକ

ସବୁ ଚାଲିଆସନ୍ତି ବିଲରୁ ଶୁଖିଲା ସ୍ଥାନ 

ଆଲୁଅ ସନ୍ଧନେ ସେମାନେ ଧାଇଁ ଆସିଥାନ୍ତି

ଦୀପାବଳୀ ଆଲୁଅରେ ସେମାନେ ନାଶଯାନ୍ତି

ପୋକ ର ଦାଉରୁ ଧରଣୀ ରକ୍ଷା ପାଇଥାଏ

ଦୀପାବଳୀ ର ଦୀପରେ ଏ ମହତ୍ୱ ଥାଏ

ଏମିତି ଅନେକ କଥା ଆମ ସଂସ୍କୃତିରେ

ଆମ ଗୌରବ ହୋଇ ବିଦିତ ସାରା ଜଗତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics