STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଦୀପାବଳୀ (୨)

ଦୀପାବଳୀ (୨)

1 min
192


ଆଜି ଦୀପାବଳୀ ରାତି, ମାଳ ମାଳ ଦୀପ ବତୀ

ଆୟି ଦେବୀ ଶ୍ୟାମା ଗିରିରାଜ ଜେମା

ତୋର କରୁଅଛୁ ନିରାଜନା

ମନରେ କେତେ ଭାବନା

ଖାଇ ଗୋଡାଉଛି ରାକ୍ଷସ କରୋନା

ଆଉ ହୀନିମାନ କରନା , ଆଜି ଦୀପାବଳୀ ରାତି

ମାଳ ମାଳ ଦୀପ ବତୀ, ଅୟି ଦେବୀ….।।


ଆଜିର ଘୋର‌ ତମସା,ରାତି ପରା ଅମାବାସ୍ୟା

ଏ ଘୋର ଅନ୍ଧାରେ ତୋ କରୁଣା ବଳେ

ଏଇ ଆଶାର ଆଲୋକ କଣା

କରେ ତୋରେ ବନ୍ଦାପନା

ଜନ‌ ଜୀବନର ସୁଖ ସଉଭାଗ୍ୟ

ତୋ ପଦେ ଏତିକି କାମନା, ଆଜି ଦୀପାବଳୀ ରାତି

ମାଳ ମାଳ ଦୀପ ବତୀ, ଅୟି ଦେବୀ….।।


ଦୀପ ପ୍ରଜ୍ବଳନେ କାଳ-, ଅନ୍ଧାର କୁ କରି ଦୂର

ମନେ ଭରି ସାକାରାତ୍ମକ ଭାବନା

ସପ୍ତ ପୁରୁଷଙ୍କ ନିରାଜନା

ଦୀପଦାନ ବନ୍ଦାପନା

କରି ଆଲୋକିତ କର ସ୍ଵର୍ଗପଥ

ପିତୃପିତା କରିବେ କରୁଣା, ଆଜି ଦୀପାବଳୀ ରାତି

ମାଳ ମାଳ ଦୀପ ବତୀ, ଅୟି ଦେବୀ…।।


ରୋଗ ବଇରାଗ ଯେତେ ମହାମାରୀ ଦୁଃଖ ଯେତେ

ଯେତେ ଜନ ଜୀବନର ବିଡମ୍ଵନା

ଧୌତେ,ଉଡ଼ିବ ବିଜୟ ବାନା

ଲଭିଲେ ତାଙ୍କ କରୁଣା

ମହାଳୟା ଶ୍ରାଦ୍ଧେ ଦୀପଦାନେ “ମହା

ଆଡମ୍ଵରେ” କର ପାଳନା, ଆଜି ଦୀପାବଳୀ ରାତି

ମାଳ ମାଳ ଦୀପ ବତୀ, ଅୟି ଦେବୀ…।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics