Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jashobant Pattanayak

Fantasy

3  

Jashobant Pattanayak

Fantasy

ଦୀପାବଳି

ଦୀପାବଳି

1 min
168



ସବୁଥର ଡାକ ବୋଲି....

ମୁଁ ଆସେ ଚୁପିଚୁପି ପାଗଳଟେ ପରି -

ଖାସ୍ ତୁମ ପାଇଁ ;

ପୁଣି ଭିଜେ ତୁମ ତତଲା ଅସରା ଲୁହରେ,

ଲୋଟିଯାଏ ତୁମ କୋହଭରା ଅଧୀର ବକ୍ଷରେ,

ଧୋଇ ତୁମ ପାପ-ତାପ-ବିଷ-

କାଳିମାକୁ ମୋ' ପ୍ରେମ ବର୍ଷାରେ ।।


ରଂଗକୁ ଭଲପାଅ ବୋଲି....

ମୁଁ ଆସେ ଝୁମିଝୁମି ରଂଗୋଲିଟେ ପରି -

ଖାସ୍ ତୁମପାଇଁ ;

ପୁଣି ଆଙ୍କେ ଚିତ୍ର ତୁମ କନକ ଦେହରେ,

ମହକର ମଞ୍ଜି ବୁଣେ ତୁମ ମନବଗିଚାରେ,

ଫେଡି ତୁମ ଦୁଃଖ-ତ୍ରାସ-ଭୟ-

ଯାତନାକୁ ମୋ' ସୁଧା ସ୍ପର୍ଶରେ ।।


ସମାଜକୁ ଡରିଯାଅ ବୋଲି....

ମୁଁ ଫେରେ ହସିହସି ବେଦନାକୁ ଧରି -

ଖାସ୍ ତୁମପାଇଁ ;

ପୁଣି ଗଡେ ସୁଖେ ସେଇ ବାଇଶି ପାହାଚପରେ,

ଭେଟିଦେଇ ବଡ଼ବଡୁଆଙ୍କୁ 

ଶତଶତ ଦୀପ ଆଲୋକରେ,

ହଜେ ସତ୍ୟ-ଶାନ୍ତି-ପ୍ରୀତି-

ମୈତ୍ରୀର ଭାବରେ ।।



Rate this content
Log in

Similar oriya poem from Fantasy