STORYMIRROR

AJAYA KUMAR MALIK

Inspirational

3  

AJAYA KUMAR MALIK

Inspirational

ଦୀପାବଳି

ଦୀପାବଳି

1 min
212


କ୍ୟାଲେଣ୍ଡରର ପୃଷ୍ଠା ଗୋଟିଏ ପରେ ଗୋଟିଏ ଲେଉଟି ପଡେ 

ଓଡିଶାର ପୁରପଲ୍ଲୀର ଲୋକମାନେ 

ଚାହିଁ ରହିଥାନ୍ତି 

ସେହି ଦିନକୁ, ଯେଉଁ ଦିନକୁ 

ତାଙ୍କ ପୂର୍ବପୁରୁଷ ସ୍ମୃତିକୁ 

ମନେ ପକାଇବା ପାଇଁ !

ଶ୍ୟାମାକାଳୀ ପୂଜା ତଥା 

ପୟାଶ୍ରାଦ୍ଧ କରାଯାଇଥାଏ 

ସେହି ମାନଙ୍କ ଉଦ୍ୟଶରେ 

କାଉଁରିଆ କାଠିରେ ଅଗ୍ନି ଲଗେଇ,

ବଡ ବଡୁଆଙ୍କୁ ଆବାହନ କରାଯାଏ !

ଶାନ୍ତି-ମୈତ୍ରୀ-ସଂହତିର ଏକ 

ଅଭୁଲା ଇନ୍ଦ୍ରଧନୁ, ଯାହାକି 

ମନର ମାନସ ପଟରେ 

ଚିତ୍ରପଟ୍ଟ ହୋଇ ରହିଯାଏ !

ଆଜିର ଏ ଦୀପାବଳିରେ ତୁମ 

ମାନଙ୍କ ଉଦ୍ଦେଶ୍ୟରେ ଏତିକି କହିବୁ 

ହେ ପୂଜ୍ୟ ମହାତ୍ମା

ବଡ ବଡୁଆ ମାନେ ଅନ୍ଧାରରେ 

ଆସିଥିଲ ଆଲୁଅରେ ଯା 

ନଡ଼ିଆ ମହାପ୍ରସାଦ ପାଇ ଯା 

ତମର ଆତ୍ମା ଶାନ୍ତି ପାଉ, ତମର 

ଆଶୀର୍ବାଦ ଆମ ମୁଣ୍ଡରେ ଝରିପଡ଼ୁ,

 ଯୁଗ-ଯୁଗ ପାଇଁ ।


Rate this content
Log in

Similar oriya poem from Inspirational