STORYMIRROR

shibananda barik

Abstract

4  

shibananda barik

Abstract

ଦୀପାବଳି

ଦୀପାବଳି

1 min
237


ଆଲୋକ ଅବୟବ ଅସୁମାରୀ ଆଣେ ଅସ୍ମିତା ଆନନ୍ଦ ଆହା ,

ଦିବ୍ୟ ଭୁବନ ରେ ଦିପସମ ଜଳେ ଦୈତ୍ୟ ଦମନ ଦାହା।

ପ୍ରାଚୀନ ପୁରାଣ ପରବେଶ ପୂର୍ଣ୍ଣ ପ୍ରତିପଣେ ପରାଶ୍ରେଷ୍ଠା,

ତମସା ତିମିର ତୀରେ ତରୁଲତା ତନ୍ମୟ ତୀକ୍ଷ୍ମରେ ଶ୍ରେଷ୍ଠ।


ହିନ୍ଦୁ ପୁରାଣ ପରମ୍ପରା ଘେନି ପରବ ସରବ ତୋଳେ, 

କାର୍ତ୍ତିକ ଧରମ ଦୀପଦାନ ପୁଣ୍ୟ କରମ ତୀର୍ଥ କୋଳେ।

ଅମା ଅନ୍ଧକାର ଜୀବନୁ ଅସ୍ତ କରିବା ପ୍ରଶନ୍ନ ପଣେ,

ଦୀପାବଳି ଦୀପଦାନ ଟି ଶିଖାଇ ତ୍ୟାଗ ତିତିକ୍ଷା ର ଗୁଣେ।


ବଡବଡିଏହୋ ଅନ୍ଧାରରେ ଆସି ଉଜ୍ଜଳେ ଯାଅ ଶ୍ରଦ୍ଧାଞ୍ଜଳି ଭୋଗ୍ୟ

ପିତୃ ପୁରୁଷ ର ପାରମାର୍ଥ ମଣି ବାହୁଲ୍ୟ ବଂଶଜ ଯୋଗ୍ୟ।

ରକ୍ତବିଜ ବିଞ୍ଚି ରୁଧିର ବୁନ୍ଦା ରେ କାୟାକଳ୍ପ ବାରମ୍ବାର।

ଯେଉଁ ଗିରିସୂତା କ୍ରୋଧ୍ୱାନଳେ କାଳି କପାଳିନୀ ସ୍ୱାହାବର,


ସନ୍ଧ୍ୟା ଆକାଶ ରଙ୍ଗରେ ଶାୟିତ ଶଙ୍ଖ ଘଣ୍ଟ ଘଣ୍ଟା ବେନି,

ଭାଇଚାରା ଭାବ ବୁଣେ ସେ ପରବ ଅଜ୍ଞାନ ଦୂରିତ ଧ୍ଵନି।

ହେଉ ହେ ସକଳ ପରକାଳ ଆତ୍ମା ମାହାପୁରୁ ମୁକ୍ତି ଲାଭ,

ହଵିଷ ଧରମ ଦିପାଵଳି ପାଳି ଜାଗିଛି ପରମ ଭାବ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract