Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Goutam Mohanty

Drama Classics Inspirational

3  

Goutam Mohanty

Drama Classics Inspirational

ଦୀପାବଳି

ଦୀପାବଳି

1 min
249



ସବୁ ବର୍ଷ ଭଳି ଏହି ବର୍ଷ ପୁଣି 

ଆସିଅଛି ଦୀପାବଳି 

କେତେ ଆଡ଼ମ୍ବରେ ପାଳୁଥିଲେ ଆମେ 

ଜାଳିଣ କେତେ ଦୀପାଳି l

ରକେଟ ସାଥିରେ ଆତସବାଜି କୁ 

ଲଗେଇ ଖୁସି ମନରେ 

ଦୀପାବଳି ପର୍ବ ପାଳୁ ପ୍ରତି ବର୍ଷ 

ଆନନ୍ଦ ଭରି ହୃଦରେ l

କରୋନା ତାଡନା ଏହି ବର୍ଷେ ପରା 

ଶତ୍ରୁ ପରି ଦାଣ୍ଡେ ଠିଆ 

ନିରାଡ଼ମ୍ବର ରେ ଦିବାଲି ପାଳିବି 

ହେବି ନାହିଁ ଅମାନିଆ l

ଗୋଟିଏ ଦୀପଟେ ପ୍ରଥମ ଜାଳିବି 

ମୋ ଦେଶର ସୈନ୍ୟ ପାଇଁ  

ନିଜ ଖୁସି ଭୁଲି ଯିଏ ନିତି ସେଠି 

କମାଣେ ଗୁଳି ଖଞ୍ଜାଇ l

ଘରେ ଘରେ ସର୍ବେ ଶାନ୍ତିରେ ପାଳନ୍ତୁ 

ଦୀପାବଳି ପର୍ବ ଟିକୁ 

ସେଥିପାଇଁ ବୀର ନିତି ଲଢ଼େ ସେଠି 

ତୁଚ୍ଛ କରି ମରଣକୁ l

ହେ ମୋ ଦେଶର ବୀର ପୁତ୍ର ଗଣ 

ଜାଳେ ତଵ ନାମେ ଦୀପ 

ଶତ ଆୟୁ ପ୍ରଭୁ ଦିଅନ୍ତୁ ତୁମ୍ଭକୁ 

ପ୍ରାପ୍ତ କର ବୀର ଦର୍ପ l

ଦ୍ଵିତୀୟ ଦୀପ ଟି ଜାଳିବି ମୁଁ ନିଶ୍ଚେ 

କୃଷକ ଭାଇଟି ପାଇଁ 

ଦିନ ରାତି ଯିଏ ବିଲରେ ଖଟିକି 

ଆହାର ଯୋଗାଉ ଥାଇ l

ତାର ଦୁଃଖ କଷ୍ଟ ବାଣ୍ଟି ପାରିବିନି 

ଅର୍ଣ୍ଣ ଦାତା ପରା ସିଏ 

ଖରା ବର୍ଷା ଶୀତ କିଛି ବି ନ ମାନି 

କର୍ମ କରି ଚାଲିଥାଏ l

ଜାଳିବିନି ଖାଲି ଏହି ଦୁଇ ଦୀପ 

ଜାଳିବି ମୁହିଁ ଅନେକ 

ମୋ ଦେଶର ସବୁ ଡାକ୍ତର, ପୋଲିସ 

ତାଙ୍କ ପାଇଁ ଅନ୍ୟ ତକ l

ହୃଦୟ କୋଣରୁ ଅନେକ ଶୁଭେଚ୍ଛା 

ଜଣାଉଅଛି ସଭିଙ୍କୁ 

ଏକାଠି ନହୋଇ ଭିଡକୁ ଏଡାଇ 

ଜାଳ ସବୁ ଦୀପାଳିକୁ l

ଆର୍ଥିକ ସ୍ଥିତି କୁ ଦେଇଛି ବିଗାଡି 

କରୋନା ଶତ୍ରୁ ଟି ଜାଣେ 

ଅତି ଦୁଃଖ କଷ୍ଟେ ଦିନ କାଟୁଛନ୍ତି 

ଖାଇବାକୁ ନାହିଁ ମାଣେ l

ଅର୍ଥ ବ୍ୟୟ ମୁହିଁ କରିବିନି ଜମା 

ଅଯଥାରେ କିଣି ବାଣ 

ସେଇ ଅର୍ଥେ ମୁହିଁ ସାହାଯ୍ୟ କରିବି 

ଗରିବ ଦୁଃଖୀଙ୍କୁ ଜାଣ l

କରୋନା ଯୋଦ୍ଧାଙ୍କ ପରିଶ୍ରମଟିକୁ 

କରିବାନି ଆମେ ବୃଥା 

ଘରେ ରହି ଆମେ ପରବ ପାଳିବା 

ଦୀପଦାନ କରି ଯଥା l

ବିଦାୟ ଦେଉଛି ଦୀପାବଳି ତୋତେ 

ଆର ବର୍ଷେ ଯାଇ ଦେଖା 

କରୋନା ରୁ ମୁକ୍ତ ହେଉ ଆମ ଧରା 

ପ୍ରଭୁପାଦେ ମାଗେ ଭିକ୍ଷା l



Rate this content
Log in

Similar oriya poem from Drama