ଦୀପାବଳି
ଦୀପାବଳି
ପବିତ୍ର ଦୀପାବଳି ଅମାବାସ୍ୟା
କେତେ ମୋହ ମାୟା ଆଶା
ଦୀପଦାନ କରି ପିତୃପୁରୁଷଙ୍କୁ
କାଉଁରିଆ ଜାଳି ପଥ ଦେଖାଇବା
ତାଙ୍କ ପଥ ଅନୁସରଣ କରି
ପୁରଣ କରିବା ମନୋବାଞ୍ଛା
ଆତସବାଜିର ଶବ୍ଦ ସମାହାର
ଢୋ ଢାରେ ରାସ୍ତା ଘାଟ ଘର
ପିଲାଙ୍କୁ ଜମା ନଦେବା ବୁଝେଇ
ତାଙ୍କୁ କହିବା ନକରି ଆଡରୁଷା
ଜାଣୁ ଜାଣୁ ଡ଼ାକି ବିପଦକୁ ଲୋକହସା
ଛାଡିଯିବ ସବୁ ବାଣ ଫୁଟାଇବା ନିଶା
ଆଲୋକ ଜାଳି ମାରି କରତାଳି
ପିତୃପୁରୁଷଙ୍କୁ ଦେଇ ଶ୍ରଦ୍ଧାଞ୍ଜଳି
ଦୀପଦାନ ମହତ ପୁଣ୍ୟ ପ୍ରଣାମ ଦିବ୍ୟ ଜୀବନ
ନଆସୁ ନିରାଶା, ହତାଶା,
ପିତୃ ରୂପୀ ଜନାର୍ଦ୍ଦନ ତୁମ୍ଭେ ଭଗବାନ
ପଢ଼ି ମନବୋଧ ଚଉତିଶା
ରଖ ମାନ ମହତ ପିଣ୍ଡଦାନ
ଆଶୀର୍ବାଦ କର ତୁମ୍ଭେ ବର୍ଷା।
