STORYMIRROR

pranati Mahapatra

Tragedy

3  

pranati Mahapatra

Tragedy

ଦୀନବାନ୍ଧବ ଜଗଦୀଶ୍ବର

ଦୀନବାନ୍ଧବ ଜଗଦୀଶ୍ବର

1 min
219


ପତିତ ଉଦ୍ଧାରି     ପତିତପାବନ

    ବାନା ଉଡାଅ ଉର୍ଦ୍ଧରେ,

ଦୀନବାନ୍ଧବ    ହେ ଜଗଦୀଶ୍ୱର

    ତୁମେ ଶ୍ରେଷ୍ଠ ଏ ଧରାରେ।



ଜୀବନ ନଦୀରେ   ଉଜାଣି ବହୁଛି

     ପାଏ ନାହିଁ ଥଳକୂଳ,

ଆହେ ବିମ୍ବାଧର   ନ ରହି ମଉନ

   ମନେ ଦିଅ ମୋର ବଳ।

ଚନ୍ଦ୍ର ସୂର୍ଯ୍ୟ ତୁମ    ସେ ଦୁଇ ନୟନ

    ଦେଖୁଥାଏ ଜଳଜଳ।



ଦୀନଜନ ପାଇଁ   ତୁମେ ପ୍ରାଣବନ୍ଧୁ

  ଅନ୍ଧାରେ ଆଲୋକ ପଥ,

ବିଷମୟ ସ୍ଥିତି   ସମାଧାନ ତୁମେ

   ତୁମେ ଅନାଥର ନାଥ,

ପାଦତଳେ ତୁମ   କୋଟି ପ୍ରଣିପାତ

    ସଜାଡ଼ ଜଗତ ରଥ।

    ଆହେ ଜଗତର ନାଥ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy