STORYMIRROR

MADHU MITA

Classics Others

3  

MADHU MITA

Classics Others

ଦିଗନ୍ତ

ଦିଗନ୍ତ

1 min
11.6K

ସବୁ ନଦୀ ସାଗର ଦିଗରେ ଯାଆନ୍ତି..

କିନ୍ତୁ ସବୁ ନଦୀ ସାଗରରେ ଲୀନ ହୁଅନ୍ତି କି !!

କିଛି ନଦୀ ରାସ୍ତା ହୁଡି ବାଲିରେ ହଜି ଯାଆନ୍ତି ...


ସବୁ ପୁଷ୍ପ ମହକ ଦେଇ ପାରନ୍ତି,

କିନ୍ତୁ ସବୁ ପୁଷ୍ପ ମହକେଇ ପରନ୍ତିନି,

କିଛି ପୁଷ୍ପ ପ୍ରଷ୍ଫୁଟିତ ହୋଇ ଭୂମିରେ ଲୋଟି ଯାଆନ୍ତି l


ସବୁ ଆପଣା ନିଜର ହୋଇ ଥାଆନ୍ତି,

କିନ୍ତୁ ସବୁ ଆପଣା ଜନ ଆପଣା ନା ଥାଆନ୍ତି,

କିଛି ନିଜ ଲୋକ ମନ ଭାଙ୍ଗିଦେଇ ଚାଲି ଯାଆନ୍ତି l


ସବୁ ସ୍ୱପ୍ନ ରାତି ପାହିଲେ ଉଭେଇ ଯାଆନ୍ତି,

କିନ୍ତୁ ସବୁ ସ୍ୱପ୍ନ ସକାଳ ସହିତ ସରି ପାରନ୍ତିନି,

କିଛି ସ୍ୱପ୍ନ.. ସାରା ଜୀବନ.. ବଞ୍ଚିବାରେ ବି ସାହାଯ୍ୟ କରନ୍ତି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics