ଦିବ୍ୟାଙ୍ଗଟିଏ ମୁଁ
ଦିବ୍ୟାଙ୍ଗଟିଏ ମୁଁ
ହାତଗୋଡ଼ ନାହିଁ କାଳିଆ ରଜାର
ତଥାପି ତୁମେ ତ ପୂଜୁଛ
ଦିବ୍ୟାଙ୍ଗ ବୋଲି ମୁଁ ମଂ ମଧ୍ୟେ ତୁମେ
ଘୃଣାଭାବ କାହିଁ ରଖୁଛ ।
ପରଂବ୍ରହ୍ମ ସେହି ପରମ ଈଶ୍ୱର
ତୁମକୁ ତ ଗଢିଛନ୍ତି
କପଟ କରିଣ ମୋର ଶରୀରରେ
କିଛି କିଛି ତ୍ରୁଟି ରଖିଛନ୍ତି ।
ସମ ଅଧିକାର ସମାଜରେ ମୋର
ଛଳରେ ଡିଣ୍ଡିମ ପିଟୁଛ
ବଢିବାକୁ ମୁହିଁ ଚାହିଁଲେ ଆଗକୁ
ପଛରୁ ମୋ' ଗୋଡ଼ ଟାଣୁଛ ।
ପାଠ ଶାଠ ପଢି ସକ୍ଷମ ହୋଇ ମୁଁ
ନୂଆ ଇତିହାସ ରଚିବି
ହୃଦୟରୁ ମୋତେ ସହଯୋଗ କଲେ
ସୁନାର ଭାରତ ଗଢିବି ।
ଅଣଦେଖା ମୋତେ କରନା ଜମାରୁ
ଦିବ୍ୟାଙ୍ଗଟିଏ ମୁଁ କହୁଛି
ସ୍ନେହଶ୍ରଦ୍ଧା,ପ୍ରୀତି ଊଣା କର ନାହିଁ
ଏହି ନିବେଦନ କରୁଛି ।
