STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଦିବ୍ୟ ପୁରୁଷ

ଦିବ୍ୟ ପୁରୁଷ

1 min
111

ଦିବ୍ୟ ସେ ସ୍ୱରୂପ ବାଣୀ ଶକ୍ତ ତୋପ

ମୁଖେ ଥିଲା ପ୍ରସନ୍ନତା

ମହାନ ସାଧକ ଦର୍ଶନ ରକ୍ଷକ

ସାରା ବିଶ୍ୱ ଜଗଜ୍ଜିତା


ହିନ୍ଦୁ ଧରମର ସୂକ୍ଷ୍ମ ତତ୍ତ୍ୱ ସାର

ଅଦ୍ୱିତୀୟ ପ୍ରଚାରକ 

ଜ୍ଞାନରେ ଗଭୀର ଭରି ସୁସଂସ୍କାର

ସେବା ଗୁଣ ଅଧିକ୍ଷକ


ବିଶ୍ୱ ଭ୍ରାତୃତ୍ବର ସୁଉଚ୍ଚ ବିଚାର

ଧରାପୃଷ୍ଠେ ପ୍ରତିଷ୍ଠାତା

ମାନବର ସେବା ମାଧବର ସେବା

ସୁଗୁଣର ସୃଷ୍ଟିକର୍ତ୍ତା


ସତ୍ୟର ପୂଜାରୀ ଆଦର୍ଶର ଗିରି

ଈଶ୍ୱରଙ୍କ ପ୍ରିୟ ଦୂତ

ସାହସୀ ନିର୍ଭୀକ ପ୍ରକୃତି ପ୍ରେମିକ

କୋଣେ କୋଣେ ପରିଚିତ


ମୁଖରୁ ନିଃସୃତ ସଦା ତେଜୋଦୀପ୍ତ

ସ୍ଵଛ ଶୁଦ୍ଧ ମନପ୍ରାଣ

ହେ ଦିବ୍ୟ ପୁରୁଷ ସ୍ମରି ତଵ ଯଶ

କରୁଅଛି ମୁଁ ନମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract