STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଦିବ୍ୟ ଭାବନା

ଦିବ୍ୟ ଭାବନା

1 min
186


ଦିବ୍ୟ ଭାବନା

ଆନନ୍ଦ ଢାଳିଦିଏ

ହୃଦ ଅଗଣା।


ଜୀବନ ହସେ

ଖୁସିର ଗୀତ ଗାଇ

ଆତ୍ମ ସନ୍ତୋଷେ।


ହୃଦୟ ସଦା

ଦିବ୍ୟ ଗଙ୍ଗାରେ ଡୁବେ

ଜନ କଲ୍ୟାଣେ।


ନର ଜନମ

ସାର୍ଥକ ଲଭେ ଘେନି

ଦିବ୍ୟ ଚିନ୍ତନ।


ଖଳ ପ୍ରକୃତି

ମନ ମସ୍ତିଷ୍କ ପାଶେ

ଖଣ୍ଡେ ଦୂର।


ସୁକର୍ମ ଧର୍ମ

ଅନ୍ୟର ଦୁଃଖେ ଦୁଃଖୀ

ଦିବ୍ୟ ପୁରୁଷ।


ଆୟୁଷ ଶୋଷ

କବଳିତ କରେ ନାହିଁ

ସମୟ ଖେଳ।


ଦିବ୍ୟ ଭାବନା

କରେନି ଆନମନା

ଅନିତ୍ୟ ଧନେ।


ସତ୍ ସଙ୍ଗରେ

ଦିବ୍ୟ ଆନନ୍ଦ ଲାଭ

ବିଭୁ ଚରଣେ।


ମିଛ ସଂସାର

ପଦ୍ମ ପତ୍ରରେ ଜଳ

ବୁଝିବା ବାକି।


ଲଙ୍ଗଳା ଦେହ

ଶୁନ୍ୟ ହାତେ ଆସିଛି

ମାଟି ହୋଇବ।


ଏଥକୁ ମନ

ଚିନ୍ତା ନୟନ ଖୋଲି

ପରମ ଧାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational