STORYMIRROR

Dhaneswar Dash

Inspirational

4  

Dhaneswar Dash

Inspirational

ଦିବ୍ୟ ଅନୁଭୂତି

ଦିବ୍ୟ ଅନୁଭୂତି

1 min
418

ଆଶୀର୍ବାଦ ନୁହେଁ ମନ୍ଦିର ପ୍ରସାଦ 

ମିଳେ ଆନନ୍ଦ ବଜାରେ,

ଭାବ ବିହ୍ବଳରେ ସେବନ କରିଲେ

ଆତ୍ମତୃପ୍ତି ଲାଭକରେ ।


ଆଶୀର୍ବାଦ ଅଟେ ଅନ୍ତରାତ୍ମା ଭାବ

ପରମାତ୍ମା ଯହିଁ ମେଳ,

ସ୍ଵତଃସ୍ପୃର୍ତ୍ତ ଭାବେ ଝରଇ ହୃଦରୁ

ଏହା ଯେ ବିଧିର ଖେଳ ।


ମନ୍ଦିରରେ ପୂଜା ବ୍ଯର୍ଥ ଯାଇପାରେ

ହେବାକୁ କରୁଣା ବାରି,

ଗୁରୁଜନ ସେବା ବ୍ଯର୍ଥ ହୁଏନାହିଁ 

ଆଶୀର୍ବାଦ ପଡେ ଝରି ।


ବିଜ୍ଞ ସୁଦ୍ଧିଜନ ବୁଝନ୍ତି ଏକଥା

ସେବାରେ ଦିଅନ୍ତି ଧ୍ୟାନ, 

ଚଳନ୍ତି ପ୍ରତିମା ସମ୍ମୁଖରେ ପାଇ

ହୁଅନ୍ତି ସେ ଯତ୍ନବାନ ।


ନିର୍ବୋଧ ମନୁଷ୍ଯ ପଢା ଲେଖା ହେଲେ

ହୁଏନା ଜ୍ଞାନ ଉଦୟ,

ଘର ମନ୍ଦିରରୁ ଦିଅଁଙ୍କୁ ଦିଅନ୍ତି 

ବୃଦ୍ଧାଶ୍ରମରେ ଆଶ୍ରୟ। 


Rate this content
Log in

Similar oriya poem from Inspirational