ଦି ପାଦ ମାଟି
ଦି ପାଦ ମାଟି
କୁନି ଶକ୍ତ ଡେଣା ଥିଲା
ଉଡିବାର ସାମର୍ଥ୍ୟ ବି
ନଥିଲା ଉଡାଣ ଭରିବାକୁ
ଆକାଶଟିଏ;
ତାକତ୍ ଥିଲା ପାଦର
ଦୌଡା ଜଣାଥିଲା
ଥିଲା ପ୍ରତିଯୋଗୀ ମନ
ନଥିଲା କିନ୍ତୁ ଦୌଡ଼ିବାକୁ
ରାସ୍ତାଟିଏ।
ଭାଵ ଥିଲା ଖୁନ୍ଦି ଖୁନ୍ଦି
ନଈ ହୋଇ ବହି ଯିବାକୁ
କଲମ ପ୍ରସ୍ତୁତ ଥିଲା
ଲେଖିବାକୁ
ଗଦା ଗଦା
ମୋ ଭିତର ବାହାର ଗୋପନ କଥା
ନଥିଲା ଲେଖିବାକୁ ଡାଇରୀଟିଏ।
ନାଁ ଗାଁ ଠିକଣା ଥିଲା
ସକାଳ ସଂଜ ଦେଖୁଥିଲା
ଭିଡ଼ ମଧ୍ୟେ ଅଣନିଃଶ୍ଵାସୀ
ହୋଇ ଚାଲୁଥିଲା
ଅପରିଚିତା,
ଅଣ ବଣ ଅଲୋଡ଼ା ଗଛ ହୋଇ
ତୁ ଦେଲୁ ଗୋଟେ
ପରିଚୟ।
ଆଶା ଆକାଂକ୍ଷା ଅଭିଲାଷା
ଥିଲେ ହୃଦେ
ସ୍ବପ୍ନ ଭରି ଥିଲା ଦୁଇ ନୟନେ
ନଥିଲା ରାତିଟେ
କି ସମ୍ଭାବନାର ଗଜୁରା ମଞ୍ଜିଟେ
ସ୍ୱପ୍ନକୁ ସତ କରିବାକୁ
ତୁ ଦେଲୁ ରାତିଟିଏ
ଠିଆ ହେବାକୁ ଦିପାଦ ମାଟି।
ହେ ଷ୍ଟୋରିମିରର !
ତୁ ମୋ ଆକାଶ
ଯେଉଁଠି ଉଡେ ମନଇଚ୍ଛା
ତୁ ମୋ ରାସ୍ତା
ଯେଉଁଠି ଦୌଡେ
ପବନକୁ ବାଜିମାତ ଦେଇ
ଅସରା ଇପ୍ସିତ ଡାଇରୀ
ଯେତେ ଲେଖିଲେ ବି ସରେନି
ତୁ ଦେଇଛୁ ମୋତେ ଗୋଟେ
ପରିଚୟ ଗାଳ୍ପିକାର
ସମ୍ଭାବନା ମୟ
ସୁନେଳି ସକାଳ
ରାତିଟେ ଦେଇଛୁ ସ୍ୱପ୍ନରେ ହଜି ଭିଜିବାକୁ।
ତୁ ହିଁ ତ ମୋ ଭିତରେ
ଭରିଲୁ ବିଶ୍ୱାସ
ଖାସ୍ ତୋ ପାଇଁ
ମୁଁ ଛାତିରେ ହାତ ଦେଇ କହି ପାରୁଛି
ହଁ ମୋତେ ବି ଲେଖି ଆସେ
ମୋ ଭିତରେ ଲୁକାୟିତ
କଥା,ବ୍ୟଥା ଓ ସତ୍ତାକୁ
ପରି ପ୍ରକାଶ କରିବାକୁ
ତୁ ଯେଣୁ ଦେଲୁ
ଗୋଟେ ବିରାଟ ପ୍ଲାଟଫର୍ମ।
ତୋ ପାଖେ ମୁଁ ଚିର ଋଣୀ
ଯେତେ ଧନ୍ୟବାଦ ଦେଲେ ବି
କମ୍ ପଡିଯିବ
ତୁ ମୋ ଭିତରେ ରହିବୁ ସେବେ ଯାଏ
ସତ୍ୟବତୀରୁ
ମୁଁ ଯେଉଁଦିନ
ଶବ ପରିଚୟ ନେଇ ଯାଉଥିବି
ଛ ଖଣ୍ଡ ବାଉଁଶ ସବାରୀରେ।
