ଦି'ଛକିରେ ଜୀବନ
ଦି'ଛକିରେ ଜୀବନ
ଜାଣିଛି ମୁଁ ଗୋଟେ
ମଉଳା ଫୁଲଟେ
ମୋ ହୃଦ ବଗିଚା ଉପବନେ,
ଜୀବନ ଥାଇ ବି
ନିର୍ଜିବ ଭଳି ଜୀବନ କାଟେ
ବୋଧେ ତାହା କି କ'ଣ
ମୋ ଅଭିଶପ୍ତ ଜୀବନ ଅଟେ,
ଭବିଷ୍ୟତ ଯୋଜନା ଦେଖାରେ
ସତେଜିତ ହୁଏ
ମୋ ଫୁଲର ପାଖୁଡା
ମହ ମହ କରି ବାସେ
ବହୁ ବାର ନ ହେଲେ ନାହିଁ
ପୁଣି ଥରେ ଦେଖା ଦିଅ
ମୋ ସତେଜତା ଆସିବା ପାଈଁ,
ତୁମରି ଦେଖାରେ
ମୋ ମନ ଶ୍ରୀହରି ଉଠେ
ତୁମ ହୃଦ ବଗିଚାରେ
ଫୁଟି ବାସିବାର ଇଛା
ତୁମ ଦେଖା ପାଇବାଟା ବୋଧେ
ମୋ ଭାଗ୍ୟ ସମୟ ସୁଅର
ବିରଳ ଜୁଆର ଭଟା
ଅମାନିଆ ମୋର
ଆୟୁର ସପନ
ମୁଁ ଭାବେ ତୁମେ ମୋ
ଜୀବନ ପ୍ରାଣ
ତୁମ ଦେଖା ନ ପାଇ
ଚାଲି ଯାଉଛି ମୋ
ଜୀବନ ପ୍ରାଣ

