STORYMIRROR

Krushna Chandra Dakua

Romance

3  

Krushna Chandra Dakua

Romance

ଦି'ଛକିରେ ଜୀବନ

ଦି'ଛକିରେ ଜୀବନ

1 min
234

ଜାଣିଛି ମୁଁ ଗୋଟେ

ମଉଳା ଫୁଲଟେ

ମୋ ହୃଦ ବଗିଚା ଉପବନେ,

ଜୀବନ ଥାଇ ବି

ନିର୍ଜିବ ଭଳି ଜୀବନ କାଟେ

ବୋଧେ ତାହା କି କ'ଣ

ମୋ ଅଭିଶପ୍ତ ଜୀବନ ଅଟେ,

ଭବିଷ୍ୟତ ଯୋଜନା ଦେଖାରେ

ସତେଜିତ ହୁଏ

ମୋ ଫୁଲର ପାଖୁଡା

ମହ ମହ କରି ବାସେ

ବହୁ ବାର ନ ହେଲେ ନାହିଁ

ପୁଣି ଥରେ ଦେଖା ଦିଅ

ମୋ ସତେଜତା ଆସିବା ପାଈଁ,

ତୁମରି ଦେଖାରେ

ମୋ ମନ ଶ୍ରୀହରି ଉଠେ

ତୁମ ହୃଦ ବଗିଚାରେ

ଫୁଟି ବାସିବାର ଇଛା

ତୁମ ଦେଖା ପାଇବାଟା ବୋଧେ

ମୋ ଭାଗ୍ୟ ସମୟ ସୁଅର

ବିରଳ ଜୁଆର ଭଟା

ଅମାନିଆ ମୋର

ଆୟୁର ସପନ

ମୁଁ ଭାବେ ତୁମେ ମୋ

ଜୀବନ ପ୍ରାଣ

ତୁମ ଦେଖା ନ ପାଇ

ଚାଲି ଯାଉଛି ମୋ

ଜୀବନ ପ୍ରାଣ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance