STORYMIRROR

Sudhanjali Mishra

Abstract Others

4  

Sudhanjali Mishra

Abstract Others

ଦି ଛକିରେ ଜୀବନ

ଦି ଛକିରେ ଜୀବନ

1 min
247

ଦି ଛକିରେ ଜୀବନ

ଜୀବନର ରଙ୍ଗମଞ୍ଚୋପରେ

ଆମେ ସବୁ କଳାକାର

ନିଖୁଣ ଅଭିନୟ କରି

ଚାଲିଥାଉ ଜୀବନ ଯାତ୍ରାରେ

ନିର୍ଦ୍ଦେଶ କ୍ରମେ ସମୟ ଓ ସ୍ରଷ୍ଟାର ....।

ଜଗତରେ ହସ କାନ୍ଦ ବାଣ୍ଟି

ଢୋକେ ପିଇ ଦଣ୍ଡେ ଜୀଇଁ

ବଞ୍ଚିବାର ନେଇ ଅଧିକାର.....

ଜୀବନର ଦୋଛକିରେ

ଦଣ୍ଡାୟମାନ ହୋଇ

ବନ୍ଦନା କରୁ ହସିହସି କଳାର ...

ତଥାପି,ଥକିନୁ ଆମେ

ପରକୁ ଆପଣାର କରି

ବାଣ୍ଟିଥାଉ ଅଜସ୍ର ପୁହାର ....।

ଏକତା ମନ୍ତ୍ରରେ ଦୀକ୍ଷିତ ହୋଇ

ସମାଜକୁ ବାର୍ତ୍ତାଦେଉ

ବିଶ୍ବଚେତନାର ...

ଭାଗ୍ୟ ଓ କର୍ମ ମଧ୍ୟରେ

ପେଶିହୋଇ ମରିଯାଉ ପଛେ

ଛାପ ଛାଡିଯାଉ କଳାର ...

ହେଉ ମଧୁମୟ ଆମଲକ୍ଷ୍ୟ

ହସିଉଠୁ ଆମହାତେ

ଅପୂର୍ବ ଏ ସୃଷ୍ଟିର ସମ୍ଭାର..

କଳାର ହେଉ ଜୟଜୟକାର

ଧନ୍ୟ କଳାକାର ଆମେ

ଜୀବନର ଦୋଛକିରେ 

ଛିଡାହୋଇ,ମରି ବି ଅମର ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract