STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

ଦି ଛକିଆ ଜୀବନ

ଦି ଛକିଆ ଜୀବନ

1 min
235

ସତ୍ୟ

ଏହା ନୁହେଁ ଆଭଜାତ୍ୟ

ନୁହଁ ତୁମରି ଭୃତ୍ୟ

ଫେରିଯାଅ ତୁମେ ମର୍ତ୍ୟ ମଣ୍ଡଳୁ

ଆମେ ସବୁ ପରିପୃକ୍ତ

ଆମେ "ମିଥ୍ୟା" କରିବୁ ଧର୍ମ

ମିଥ୍ୟା ହିଁ ସାରାଂଶ ମର୍ମ

ମିଥ୍ୟା ବିନା ସଂସାର ନ ଚାଲେ

ମିଥ୍ୟା ହିଁ ହେବ କର୍ମ

ଧର୍ମ ଅର୍ଥ କାମ ମକ୍ଷ

ଆମେ ସମ୍ପୂର୍ଣ୍ଣ ଲଙ୍ଗଳା ଯକ୍ଷ

ବିନାଶ ଆମର ଲକ୍ଷ

ଆମେ କେବଳ ଜୀବନ ଭକ୍ଷ

ନାହିଁ ଆମ ଠାରେ ମାୟାଚାର

କୁକର୍ମ ଆମର ବ୍ୟାପାର

ରକ୍ତ ପିଉ ଆମେ ନୀର ସମ

ଆମେ ନାହିଁ ଡରୁ କେବେ ଜମ

ମିଥ୍ୟା,ହିଂସାହି ଆମ ଧର୍ଯ୍ୟ

ଧରାରେ ଡରେ ମତେ ଆର୍ଯ୍ୟ

ଧର୍ମ ରେ ନାହିଁ ଆମ କାର୍ଯ୍ୟ

ନ ମିଳେ ତହିଁରେ ଶୌର୍ଯ୍ୟ

ନାରୀ ଶରୀର ଆମରି ପ୍ରୀୟ

ଆମେ ଶୋଷଣ କରୁ ତା'ଦେହ

ନାହିଁ ଧର୍ମର ଏଠି ଜୟ 

ସର୍ବେ କରନ୍ତୁ ଆମକୁ ଭୟ

ସର୍ବେ କରନ୍ତୁ ଆମକୁ ଭୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract