ଦି 'ବୁନ୍ଦା ଲୁହ
ଦି 'ବୁନ୍ଦା ଲୁହ
ଆନନ୍ଦ ବିଭୋର ଓ ଭକ୍ତି ଭାବ ବିହ୍ୱଳ , ସେ ସମୟେ ଝରିଯାଏ ନୟନୁ ଅଶ୍ରୁଳ ।
ଦୁଃଖ ସାଗରର ଭିତରେ ଦି' ବୁନ୍ଦା ଲୁହ , ଓଠେ ଛୁଇଁଯାଏ ଗଭୀର ହୃଦୟ କୋହ ।
ସମ୍ପର୍କର ରଜ୍ଜୁଟି ଯେବେ ଯାଏତ ଛିଡି , ଜୀବନ ଲାଗେ ସତେ ମଉଳା ପୁଷ୍ପ କଢ଼ି ।
କାହାକୁ କହି ହୁଏ ନାହିଁ ମନର କଥା, ସଦାସର୍ବଦା ଭେଟି ଦିଏ ଅନ୍ତରେ ବ୍ୟଥା ।
କର୍ମମୟ ଜୀବନରେ ଥକି ବସି ପଡେ ଲୁହ ଭିଜା ଆଖିରେ ତକିଆ ଧରିଗଡେ ।
